ତୁମେ ନିଆଁ
ଅବଶ୍ୟ ନୁହେଁ ଭଦ୍ରକର ।
ତୁମେ ବୋମା
ଅବଶ୍ୟ ନୁହେଁ ସିରିଆର ।
ବେଶ୍ କିଛି କ୍ଷଣ ପାଇଁ
ମୁଁ ଅଛି ତୁମଠି ଜାଣିବାକୁ
କୋଉଥିପାଇଁ ଏମିତି
ବୁରିହାଲ ତୁମର ଏଠି ।
ତୁମେ ହୃଦୟ ଫିଙ୍ଗିଛ କୋଉଠି?
ତୁମେ ହେଲ ଦେବାଳିଆ କେତେବେଳେ?
ପଡିଲ ପୁଣି ଡାହାଳ କୁକୁର ପାଲରେ
କାହିଁକି ଏଠାରେ?
କ୍ଷଣିକ ପାଇଁ ମୁଁ ଚାହିଁ ବସିଛି
ସଜ ଗୋଲାପ ଧରି ଧଳାପାରା ସାଥୀରେ ।
This poem has not been translated into any other language yet.
I would like to translate this poem