ଛାଇ ଆଲୁଅ ଖେଳ,
ସଭିଙ୍କ ପାଇଁ ମଙ୍ଗଳ ।
ଚନ୍ଦ୍ରସୂର୍ଯ୍ୟ ରାହୁକେତୁ
ଯେ ଯୋଉଠି ଥାଆନ୍ତୁ ।
ପୂର୍ଣିମା ଅମାବାସ୍ୟା,
ପୂର୍ଣ କି ଖଣ୍ଡ, ନୁହେଁ,
ପେଟକୁ ମୁଠାଏ,
ମିଳିଗଲା ତ, ସମସ୍ୟା ।
ଦୃଶ୍ୟ କି ଅଦୃଶ୍ୟ
ଯାଏ ଆସେ ନା ଆମର ।
ଭୋଗ ହେବ କଣ
ଆମେ ଜାଣୁ ନା ।
ପୂଜାପାଠ, ଜପ, ଗ୍ରହଶାନ୍ତି,
ନାମ କୀର୍ତନ ରଖ ସେଆଡିକି ।
This poem has not been translated into any other language yet.
I would like to translate this poem