1.
ନଜର ରଖ ନଜର ରଖ,
ସକାଳୁ ସଂଜ କିଏ ପିଉଛି ମଦ ।
ମା ମାଟିକୁ ତଳେ ପକାଇ,
ଜାତିର ସ୍ଵାଭିମାନକୁ କରୁଛି କିଏ
ପଦାଘାତ, ଆଉ ପାଟିରେ
ଭରିଛି ଲୁଣ୍ଠନକାରୀର ପଦ ।
2.
ଚୋର ତ ପଂଚାନବେ ପ୍ରତିଶତ,
ଲାବଡ ଯାଉ ଯାଉ ବାଜିଲା ଯଦି
ଆଉ କାହା ମୁଣ୍ଡରେ
ଆକସ୍ମିକ ଆଉ ବ୍ୟତିକ୍ରମ ଭାବି
ଦୋଷ କ୍ଷମ ମାନ୍ୟବର,
ମାଟି ମା ପାଇଁ ତ!
This poem has not been translated into any other language yet.
I would like to translate this poem
For the mother and for the motherland one should be committed