ମୋ ଭାଷା ପାଇଁ
ମୁଁ କହିବି ନି,
କହିବ ଆଉ କିଏ?
ମୋ ମାଟି ଉପରେ
ମୁଁ ହେବି ନି ଛିଡା!
ଯିବି କୋଉଠିକି
ପାରିବୁ କହି ଯଦି
ପାଟି ଫିଟା!
ଯେମିତି ଯାହା ହେଲେ ବି
ମୋ ମା ମୋ ପାଖରେ
ରହିବ ନି ଯିବ କେଉଁଆଡେ?
ଆରେ ମୂର୍ଖ ଚୋର,
ମୋ ଭାଷା ମୋର,
ୟା ଉପରେ ମୋର
ଜନ୍ମଗତ ଅଧିକାର।
କୋଉ ଅଫିସର ଅମଲା
କି ମନ୍ତ୍ରୀ କଣ କହିବ ଯେ
ମୁଁ କରିବି କିଆଁ
ମୋ ଘରକୁ ଅନ୍ଧାର।
ମୁଁ ଖାଉଛି ମନ୍ତ୍ରୀର
ନା ମନ୍ତ୍ରୀ ଖାଉଛି ମୋର?
ଯା, ଆ ପଚାରିକି
ଖୋଦ୍ ମନ୍ତ୍ରୀ ପାଖରେ
ଅଛି ୟାର ଉତ୍ତର।
ଏଡେ ପାରିବା ଯଦି
କୋଉଠି ଶୋଇଛି?
ମୋ ରାଇଜ ପଡୁଛି ଉଠୁଛି
କିଆଁକରୁ ନି ଅନୁଭବ!
ଭାଷା କଥା କହିବା
ନୁହଁ ବ୍ୟକ୍ତିଗତ।
ବର୍ଷାରେ ଭିଜି,
ଖରାରେ ସିଝି,
ଶୀତରେ ଦେହକୁ
ବରଫକରି ତପସ୍ୟା
କଲାବାଲା ପ୍ରକୃତରେ
ହଟିବ କିଆଁ!
କିଏ ପୋଡିବ,
ଅଛି କାହାଠି ଏମିତି ନିଆଁ!
ଯାହାର ଲାଗୁ ନି ମନ,
ଯାଉ ସେ, ଯୁଆଡେ ଇଚ୍ଛା,
ଅଧିକାର ନାହିଁ କାହାର
କରିବ ମନା।
ବିଲୁଆ ନନା, ପଛକୁ ଅନା,
ପୋଡୁଛି ଘର ଦୁଆର ରାଇଜ
ଘୂର୍ ଘୂର୍ ହେଉଛି,
ବନ୍ଦ କର ସେଇ ତେଲିଘନା।
This poem has not been translated into any other language yet.
I would like to translate this poem