ଜନହିତ ପାଇଁ For Public Good Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜନହିତ ପାଇଁ For Public Good

Rating: 5.0

ସୂର୍ଯ୍ୟନଗରରେ ଅନ୍ଧାର
ଗଜାନନ ମିଶ୍ର

ସୂର୍ଯ୍ୟନଗରରେ ଅନ୍ଧାର,
ସବୁ ସବୁ ଆମେ ଓ ଆମର ବେକାର!

ଆମ ଭିତରେ ଏତେ ଗଦ୍ଦାର!
ସାଙ୍ଗ, ଆମର କଣ କିଛି ନାହିଁ
କହିବାର ଆଉ କରିବାର!

ବଂଚିବା ଆଉ ମରିବା ଭିତରେ
କେତେ ଫରକ ସାଙ୍ଗ?
ଶିରିପୁରରୁ ଗୋପବନ୍ଧୁ ଛକ ଯେତେ!

ଜନହିତ ପାଇଁ ଆହୁରି
କଠୋର ହେବାକୁ ହେବ ସାଙ୍ଗ।
ଯମ ଠୁ ଆହୁରି ଅଧିକ କଠୋର ନ ହେଲେ
ଯମକୁ ହେବ କି ଜିତି ସାଙ୍ଗ!

ବୁଝିବା ଆଉ ବୁଝେଇବା ଭିତରେ
ଅଧିକ ସମୟ ନ ଦେଇ
ଆସ ସାଙ୍ଗ ନିଜକୁ ନିଜେ
କରିବା ଘୋଷଣା ନିଷିଧାଂଚଳ।
ପଡୋଶିନୀକୁ କହିବା ତୋଠି ତୁ ରହ
ଏଣୁଏଣିକି କଥାବାର୍ତ୍ତା ବି ବନ୍ଦ।
ଚୁପ୍ ସଇତାନ ନ ହୋଇ
ପ୍ରକାଶ କରିବା ସବୁ ଖୋଲା ଆକାଶ ପରି।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
02/04/2020

Thursday, April 2, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success