1.
ନିଲକ୍ଷଣ, ହୀନ ନୁହଁ ତୁମେ,
ପୂର୍ବକର୍ମ ବଳବନ୍ତ ପଣକୁ ହେଜ।
ଆଉ କର ପ୍ରତିରୋଧ
ସବୁ ଅନୀତିର।
ପରପଂଚ ବୁଦ୍ଧି ସବୁକୁ ଜାଣ,
ଆଉ ବୁଝ ତୁମେ କୋଉ ଜାଗାର।
ଜାଣ, ଅସଲି ମାତା ପିତା
ଆଉ ହୁଅ ଜଗତଜିତା।
ତୁମର ଧର୍ମ, ମା ମାଟି
ମାତୃଭାଷାର ରକ୍ଷା।
ଏ ଧର୍ମକୁ କଲେ ନାଶ,
ଯିବ ସବୁ ପୌରୁଷ।
ଚାଲିଛି ଯାହା ଯେମିତି
ହୁଅ ନା ସନ୍ତୋଷ।
ଫିଟାଅ ପାଟି, କର ନା ଲଜ୍ଜା,
କୁଳସ୍ତିରୀ ଭଳି ଘର ଭିତରେ
ଲୁଚି ରହ ନା।
ପ୍ରାପତ ଜିନିଷକୁ ପାଦରେ ପେଲି
ଫିଙ୍ଗି ଦିଅ ନା।
2.
ମାଟି ପାଇଁ ଏଠି ଏତେ,
କହିବା ଅର୍ଥ,
ବିରାଟ ମୋହ ଭିତରେ ରହିବା
ଆଉ ଡାକି ଆଣିବା ସବୁ ଅନର୍ଥ।
କହି ଦେଉଛି
ମାଟି ବି ନୁହଁ ଆମର,
ମାଟିରୁ ମନ ଉଡିଯାଏ,
ମନରେ ରହିଥାଏ କାମ।
ଏ କାମଟା କରେ ନଷ୍ଟ ବୁଦ୍ଧି,
ହୁଏ ନଷ୍ଟ ସବୁ ଜ୍ଞାନ ବି।
ମୋହ ହେଉଛି ସବୁରି ମୂଳ,
ମୋହ ହେଉଛି ଆତ୍ମାର
ଆଉ ସତ୍ୟର ଧୂଳିମଳ,
ଅଗ୍ନିର ଯେମିତି ଧୂମଜାଲ।
3.
ତୁମ ପିଲା ମୋ ପିଲାକୁ ପିଟୁଛି ଅହରହ,
ତୁମେ କହୁଛ ପିଲାଏ ଲାଗନ୍ତି ଏମିତି
ସହିଯାଅ।
ମୋ ପିଲା ଯେତେବେଳେ ଉଠାଇଲା ହାତ,
ହା ହା କହି କହି ତୁମେ ନିଜେ ଦୌଡି ଆସୁଛ
ଆଉ ରଡି ଚିହ୍ଲାଇ କହୁଛ ଟିପ ମାରିଲେ
ଭାଙ୍ଗିଦେବ ହାତଗୋଡ।
କୋଉଠୁ ପଢିଛ ଏମିତି ପାଠ?
କାହାଠୁ ଶିଖିଛ ଏମିତି ଶାଠ?
ଏମିତି ମାଆ ଏମିତି ବାପା,
ରଖିଛ କେମିତି ଏତେ
ନଟକୂଟ କପଟ!
ନା, ଲେଖା ହୋଇଛି
ତୁମେ ଏକା ଜିଇଁବ,
ଆଉ ବାକି ଯାହା ରହିଲେ
ସମସ୍ତଙ୍କର ଜୀବନ ଯିବ!
4.
ହେ ହେ ହେ ହେ ହସି କରି
ଦାଁତ୍ ଦୁଇ ଧାଡି ଦେଖାଲେ ବଏଲେ,
ହେଟା ମଲ ନ ବୁଆ।
ଡାକି କରି,
ରସଗୁଲା ଦୁଇଟା ଖୁଏଇକରି
ମୋର ରଜା ବଏଲେ ଜଦରଭି,
ଗଲ ନ ଉହୁଲି
ପାଏନ ନେଇଁଥିବା
ମହାନଦୀଥି।
ଆରେ ମୋର ବୁଆ
କେନ୍ତା ନେଇଁ ପାରୁଛ ଜାନି,
ହେତାକର ରାଗରିସମି!
ବେଲାକେ ବେଲା ବଦଲୁଥିବା
ହେତାକର ଠାନିମାନି!
ଆରେ ମୋର ବୁଆ,
ଗଭୀର ସମୁଦ୍ରର ମଗର ହେମାନେ
କେନ୍ତା ନେଇଁ ପାରୁଛ ଜାନି,
ତମକେ କହେବେ ନିଅ ଟଙ୍କା
କର ଭୁଜି, ଖାଏବେ
ଆରୁ କରବେ ମସ୍ତି,
ହତାରଉତାରୁ ଶୁଇବେ
ହଗବେ, ଫିର ଟଙ୍କା ବଲି
କରବେ ହଇହଲ୍ଲା ।
ଫୋନ ଫେସବୁକ୍
ହୁଆଟସପ୍ ଆରୁ ଜେନଜେନଟା
ଅଛେ ସବୁ ଦେଖାବେ
ଅସଲ ଚେହେରା,
ଆରେ ମୋର ବୁଆ
ଜେତକି ରହେବ ଦୂରେ
ହେତକି ବଁଚବ ଜାନି ଥା।
5.
ଓହରି ଆଉଛ ନିଜେ
ଆଉ କହୁଛ ଧୋକା
ଦେଉଛନ୍ତି ସେମାନେ।
ସେମାନେ ଏମାନେ
ନାହିଁ କିଛି ଏମିତି,
ଆମେ ଆମର ପାରୁ ନୁ
ରହି ଠିଆ, ନେଇ
ଯାଉଛନ୍ତି ସେମାନେ
ଆମର ସବୁ ଜାଗା।
ଜାଗା ଆଉ ଭାଷା-
ଏ ଦିଟାକୁ ନେଇ
ଏତେ ସବୁ କଳି।
ଆଉ ଏ ଦିଟା ଯାକ
ନେଇ ପାରିବେ ନି
କେହି ଯଦି ଆମର ଆମେ
ରଖି ଦେଉ ନୁ ଆମଠି
ଟିକିଏ ବି ମଳି।
ଆସ ନା ଓହରି
ଲାଗିଛ ଯୋଉଠି,
ଆସିବ ବେଳ,
ସଫା ଦିଶିବ
ତୁମ ଆକାଶ।
ଆଉ କିଏ ପାରିବ
ହରେଇ?
This poem has not been translated into any other language yet.
I would like to translate this poem