ରାଜା
ଗଜାନନ ମିଶ୍ର
1
ରାଜା ଯାହା କଲେ ଯାହା ଯେମିତି କହିଲେ ସବୁ ଠିକ୍,
ଆଉ ଆମେ ଯାହା କରୁଛେ କହୁଛେ ସବୁ ବେକାର୍।
ରାଜାଙ୍କ ଭାଟ କହୁଛି ଯାହା ଧ୍ୟାନ ଦେଇ ଶୁଣ,
ପରେ ଆଉ କହିବ ନାଇଁ ନିଜଠି ନ ରହିଲେ ପ୍ରାଣ।
ରାଜାଙ୍କୁ କେହି କିଛି କୁହ ନା, ରାଜାଙ୍କ ନାହିଁ କିଛି ଦୋଷ,
ଦେଖୁଛ ନା ନାଇଁ, ରାଜାଙ୍କୁ ଯିଏ କରୁଛି ବିରୋଧ,
କହୁଛି ଯାହା ତାହା, ଯାଉଛି ହୋଇ ନିଜେ ଖାର ପାଉଁଶ।
ରାଜା କରିବେ ଯାହା ତାହା ହିଁ ହେବ,
ନ କରିବେ ଯୋଉଟା ହେବ ସେଇଟା ଭାବ ନା।
ରାଜା କେନ୍ଦ୍ରରେ, ରାଜା ପାଇଁ ଆଉ ସମସ୍ତେ,
ରାଜା ନ ଥିଲେ ତୁମେ ଆମେ କିଏ?
ରାଜାକୁ ନ ନେଇ ସାଥୀରେ ଯିବ କେମିତି କୁଆଡେ!
2
ରାଜା, ହେ ରାଜା,
ତୁମେ ତୁମର ପିଉଛ ମଦ,
ସଦା ତୁମଠି ନିଦ,
ଆଉ ସବୁକିଛିରୁ ପାଉଛ ମଜା।
ଯାଉ ଯିଏ ଯିବାର ଅଛି ଯୁଆଡେ,
ଥାଉ ଯିଏ ଯୋଉଠି,
ନାଇଁ ଚିନ୍ତା ତୁମର କିଛି,
କହୁ ଆଉ ଲେଖୁ ଯିଏ ଯୋଉ ଭାଷାରେ,
କରୁ ଆଉ ରହୁ ଯିଏ ଯୋଉଠି ଯେମିତି,
ରାଜା, ହେ ରାଜା, ତୁମର ଛାଡିବାର ନାଇଁ ଗାଦି।
ଭଙ୍ଗାଦଦରା ଖାଲ ଢିପ ଯାହା ଯୋଉଠି
ଅଛନ୍ତି ଆଉ ସମସ୍ତେ କରିବାକୁ ମରାମତି।
3
ରାଜା ପାଇଁ ଆମେ
ନା ଆମ ପାଇଁ ରାଜା!
ଶଳା ଭକୁଆ, କିଏ କହୁଛି ତତେ
ପଚାରିବାକୁ କିଛି,
କଣ ମରିବାର ଅଛି?
ଖା, ପାଂଚ ଟଙ୍କାରେ ଭାତ ଖା,
ଆବାସ ଘର ହେଉଛି ଦିଆ, ଯା ରହ।
ଦି ଟଙ୍କାରେ ମିଳୁଛି ଚାଉଳ, ନେ।
ଗଳିକନ୍ଦିରେ ମିଳୁଛି ମଦ, ପି
ଆଉ ଯା ଯୋଉଠି ପାରୁଛୁ, ଶୋଇପଡ ଯା।
ଚକୁଳି ଖାଇବୁ ନା ବିନ୍ଧ ଗଣିବୁ?
ପିଲାଝିଲାଧରି ମସ୍ତି କର ଯା, ଭାଷାରୁ କଣ ପାଇବୁ!
This poem has not been translated into any other language yet.
I would like to translate this poem