ସରକାର ତୁମେ କାହାପାଇଁ? For Whom You Are Govt? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସରକାର ତୁମେ କାହାପାଇଁ? For Whom You Are Govt?

Rating: 5.0

ଖସିବ ମଂଚରୁ,
ସରକାର, ପଡିବ ଖସି
ମଂଚରୁ।
ଅବହେଳା କର ନି
ମା ମାଟି ମାତୃଭାଷାକୁ ।

ପାରିବେନି ରଖି
ଚାଣୁର ମୁଷ୍ଟିକ
କେବେ ବି।
ତୁମ ବନ୍ଧା ଶିକୁଳି,
ଫିଟିବ, ବିଜୁଳି ମାରିବ,
ଫୁଟାଇବ ତୁମ ଆଖି।

ସରକାର, କଳାକନା
ଦେଖ, ବୁଲୁଛି ରାଇଜସାରା।
ସରକାର, ଟଳି ପଡିଲେଣି
ତୁମ ଅଘାବକା।
ଭାବିଛ, ସବୁଦିନ
ସବୁବେଳ ରହିଥିବେ
ଜନସାଧାରଣ ଭକୁଆ?

ସରକାର, ଯାଅ ସୁଧୁରି,
ସବୁଲୋକକୁ ତୁମ ଥଳିରେ
ପାରିବ ନି ଭରି।
ସବୁଲୋକ ସାଥୀରେ ଚାଲ,
ଅଛି ଯଦି ଭଲଗତି।
ତୋଷାମଦିଆର କୁକୁର ପ୍ରକୃତି,
ସରକାର, ରଖ ଚିହ୍ନି,
ବେଳ ଅଛି ଆହୁରି।
ନାଇଁ ତ, ପାରିବ ନି ଜାଣି,
ଯିବ ମରି।

ସରକାର ତୁମେ କାହାପାଇଁ?
ସରକାର ତୁମେ କାହାପାଇଁ? ?
ଏ ଯାଏ ଯଦି ପାରି ନ ଜାଣି
କହିବାକୁ ଆଉ କେହି ନାହିଁ,
କହିବାକୁ ଆଉ କେହି ନାହିଁ।
ମରିବ ତୁମେ, ସବୁ ନିନ୍ଦା
ସବୁ ବଦନାମ ପାଇ
କେହି ରଖି ପାରିବେ ନାହିଁ,
କେହି ରଖି ପାରିବେ ନାହିଁ।

POET'S NOTES ABOUT THE POEM
written in odia language, Odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success