ଝାର ଖମନ ନେଇଁ ନ ଆରୁ,
ଝାଁଟିକୁଟି ବେଟିସାଁଟି ଆନବାରଟା।
ଟଙ୍ଗିଆ କୁଢେର୍ ଆରୁ ନେଇଁ କିଛି କାମର୍।
କାଠ୍ ନେଇଁ ନ କି ନେଇଁ ନ ଢେଁଟ।ଟାଏଟ,
ନଙ୍ଗଲ, ଜୁଏଡ, କଁପର, କୁରୁଲ ସବୁ ସବୁକାଜେ
ଲୁହା ହେଲା ନ ବେଭାର।
ଗାଡି ଶଗଡ ଭି ଲୁହା ନଲି।
ଲୁହାର ଗେଟ, କବାଟ ସବୁ।
ଟେଁଡାପାଟି, ଢେକି, ଢେରି ସବୁ ସପନ।
ପିଠପତିଆ, ଡାଁଗ ସବୁ ଲୁହା।
ନାଁ ଭି ସୁନବାରକାଜେ ନେଇଁ ମିଲବାର ନ ଆରୁ।
ଏନ୍ତା ସମିଆ ଜଉଛେ ବଦଲି
ଆରୁ ଆମେ ଜଉଛୁଁ ମରି ମରି।
ନିଜର ହାତେ ନିଜକେ ନିଜେ କୁଢେର ମାରି ମାରି।
This poem has not been translated into any other language yet.
I would like to translate this poem