ବନ୍ଧୁମିଳନfriends Meet Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବନ୍ଧୁମିଳନfriends Meet

Rating: 5.0

ନର୍ଲାରେ ହେଉ
କି ହେଉ ନ୍ୟୁୟର୍କରେ
ହେଲା ତ ବନ୍ଧୁମିଳନ।
କିଏ ଗଲା ନ ଗଲା,
କିଏ କଣ କହିଲା ନ କହିଲା
ଆମର କି ଯାଏ!

ଆମେ ଆମର କେତେ ଭକ୍ତି
କାହାକୁ କେମିତି ଦେଖେଇଲେ
ଆଉ କଲେ କଣ ସେଠାରେ
ଗୁରୁତ୍ୱପୂର୍ଣ୍ଣ ସେଇଟା।

ଆରେ ବାଃ, ଏତେ ଭିଡ ସେଠାରେ
ସେ କଥା କହିଲେ ନି କେହି,
ଆଉ ବି କହିଲେ ନି
କଲେ କଣ କିଏ ସେଠି ରହି।
କଥାର ସନ୍ଧିରେ ଫସେଇଲେ
ଆଉ ପିଟିଲେ ଡିଣ୍ଡିମ ନଗରସାରା
ଯାହାକୁ ନେଇ ବ୍ୟସ୍ତ ବିବ୍ରତ ସମସ୍ତେ।
ରୂପରଙ୍ଗ ବଦଳୁଥିଲା ଅବଶ୍ୟ
ସତକୁ ମିଛ ଆଉ ମିଛକୁ ସତ କଲାବେଳେ
ସାହସ ନ ଥିଲା କାହାଠି ଦେବାକୁ ପରିଚୟ।

ତଥାପି ଆମେ ଖୋଜୁଥିଲୁଁ ଅର୍ଥ
ଥିଲା ଯାହା ଘରକୋଣରେ
ଆଉ ଅର୍ଥରୁ ଅନର୍ଥ ବାହାରକଲେ
ଏମିତି ଯେ ପାଖରେ ଥିଲେ ବି
ଘରଲୋକେ ଥିଲେ ବିବ୍ରତ।
ମିଳନର କଥା ନ କହିଲେ ଭଲ,
ଯୋଉ ମିଳନରୁ ବୁଣା ହୋଇଥିଲା
ମହାବିଚ୍ଛେଦର ବିହନ।
ଅନୁସନ୍ଧାନରୁ ଜଣାପଡିଲା
ବନ୍ଧୁମିଳନକୁ ଯାଇଥିବାର
ନ ଥିଲା କାହାଠି ଚିହ୍ନ।

ଯେତିକି ସମ୍ଭବ ସେତିକି ହେଲା,
ଆଉ ସମ୍ଭବ ନ ଥିଲା ଯୋଉସବୁର
ସେତିକିରେ ଖୋଜା ଗଲା
ନୂଆ ଇତିହାସର ମଙ୍ଗଳସୂତ୍ର।

Wednesday, August 22, 2018
Topic(s) of this poem: friends
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success