ଶେଷ
ଗଜାନନ ମିଶ୍ର
ହୋଇଯିବ ଶେଷ,
ଜାଣି ନି କହୁ ନି
ଶେଷର ଅର୍ଥ।
ଶେଷର ଆଉ ଗୋଟେ
ନାଁ ଅଛି, ଗୋଟେ ନୁହେଁ
ଅଛି ଅନେକ।
ଜାଣେ କିଛି
ଆମ କୁକୁର।
ଏ କୁକୁର
ରଖିଥାଏ ତା ନିଜର
ସ୍ୱାର୍ଥ।
ସୁବିଧା ଦେଖି
ମାରୁଥାଏ ଟିପା
ଖୋଲୁ ନ ଥାଏ
ଯଦିଓ ଖାତା।
ବଦଳି ଚାଲିଥାଏ
ପରିବେଶ ପରିସ୍ଥିତି
ହସୁଥାଏ ସମୟ
ବାହାରେ ଥାଇ।
କାହାକୁ କଣ କହିବ
ନ ଜାଣି କିଛି
ଥାଏଁ ମୁଁ
ଥିଲି ଯେମିତି
ଆରମ୍ଭରୁ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem