ବିଶ୍ୱାସ ବୋଲି
ଯୋଉ ଜିନିଷ ଅଛି
ସେଇଟା ପାଇବ ନି ଆଉ
ଏ ହାଟରୁ।
ସପ୍ଲାଇ ବନ୍ଦ ହେଲାଣି
ସେଇଟା କେବେଠୁ।
ହଟ୍ଟଗୋଳର ଆଉ କିଛି
ମାନେ ନାଇଁ, ଜାଣି ଥ।
ବହୁତ ଆଗରୁ ଆମକୁ
ସତର୍କ ବି କରେଇଛନ୍ତି ସୌଭାଗ୍ୟ।
ନାହିଁ ଖାତିର ଆମର କିନ୍ତୁ,
ଲୋକଙ୍କର ନାହିଁ ଇଚ୍ଛା ଉଠିବାକୁ ନିଦରୁ,
ଆଉ ଆମେ ଅପେକ୍ଷା କରିଛେ ସେମାନଙ୍କୁ।
ଖରାବେଳେ ଯେ ହେବ ଆଉ କଣ
ହେଉ ନି କହି ଏତେବେଳୁ।
ପଡିବ କି ପଡିବ ନି ବର୍ଷାଟୋପା
ଅଛି କି ଆଉ କିଏ କହିବାକୁ!
ପୂର୍ବଦିଶାରେ ବି ଦିଶୁ ନି ଆଲୁଅ ଆଉ।
This poem has not been translated into any other language yet.
I would like to translate this poem
ଖରାବେଳେ ଯେ ହେବ ଆଉ କଣ ହେଉ ନି କହି ଏତେବେଳୁ। ପଡିବ କି ପଡିବ ନି ବର୍ଷାଟୋପା ଅଛି କି ଆଉ କିଏ କହିବାକୁ! ପୂର୍ବଦିଶାରେ ବି ଦିଶୁ ନି ଆଲୁଅ ଆଉ।...the poet very correctly depicts the observed traits in the society.