ଫୁଲ-ଟାଇମର କବି,
ଗଜାନନ ମିଶ୍ର
ବୃତ୍ତି-କବିତା,
ପ୍ରବୃତ୍ତି-ଭାବିବା,
ଭରପୁର ମୁକ୍ତ
ଜୀବନ ଜିଇଁବା।
ଅନୁପ୍ରବେଶ ମନା,
ନାଇଁ ଡର, ନାଇଁ ଭୟ,
ନାଲି ଆଖି ହେଉ
କି ହେଉ ନକ୍ଷତ୍ର।
ନାଇଁ ବିଶ୍ୱାସ
ଲୁଚାଛପାରେ।
ଜାକିଜୁକି ବସିବାର
ନାଇଁ ଅଭ୍ୟାସ।
ଖଚମିଛ ଉଚ୍ଚନୀଚରେ
ଯାଏଆସେ ନା,
ଲକ୍ଷ୍ୟ-ମଇଳା ସଫା
ଆଉ ଗାଇବା ଗାନା।
ଗୋଟେ ଇ ପ୍ରତୀକ-ଜୀବନ,
ଜଣେ କରେ ଉଚ୍ଚାଟ- ପବନ।
ନଟ୍ ଆଉଟ ରହିବାକୁ ପଡେ,
କହିଦେଇ ଭକ୍ତଜନ।
This poem has not been translated into any other language yet.
I would like to translate this poem