ଦିଅ ନା ପ୍ଲିଜ Give Me Please Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦିଅ ନା ପ୍ଲିଜ Give Me Please

Rating: 5.0

ମାତ୍ର ଗୋଟେ କବିତା
ଗଜାନନ ମିଶ୍ର

ଖୋଜି ଦିଅ,
ଖୋଜି ଦିଅ ନା ପ୍ଲିଜ,
ଗୋଟେ କବିତା,
ମାତ୍ର ଗୋଟେ କବିତା।

ଗୋଟେ କବିତା ପାଇଁ
ମୁଁ କୋଶେ ଧାଇଁଯିବି
ଅଖିଆ ଅପିଆ।
ଗୋଟେ କବିତା ପାଇଁ
ସବୁ ଦେବି ସମର୍ପି
ଏଇଠି ତୁମଠି।

ପ୍ଲିଜ, ଦିଅ ନା,
ଦିଅ ଖୋଜି ଗୋଟେ କବିତା,
ଯୋଉଥିରେ ଥିବ
ଜୀବନର ଇତିବୃତ୍ତ
ଆଉ ଯାହାକୁ ଧରି
ପାରେଇଯିବି ଝଡ ବାତ୍ଯାର
ଏ ଅଶାନ୍ତ ସମୁଦ୍ର।

ପରବାଏ କରିବି ନାଇଁ
ଯେଡେ ବଡ ଢେଉ ଆସୁ
ଯେତେ ବେଗରେ ପବନ ଆସୁ
ଯେତେ ଭାଙ୍ଗୁ ଉଜୁଡୁ ହଜୁ
ପରବାଏ କରିବି ନାଇଁ
ଆଉ ଥିବି ମୋ ଭିତରେ ମୁଁ
ସ୍ଥିର ବିନା ପାଣି
ବିନା ଆଲୁଅରେ ବି।

ଗୋଟେ କବିତା ଇ ଦରକାର
ମାତ୍ର ଗୋଟେ
ଯିଏ ଏଠୁ ସେଠିକି
ପାରିବ ନେଇ ମତେ
ଭାରି ସହଜରେ
ସବୁ କିଛିକୁ ଦେଖେଇ ଦେଖେଇ
ବିନା କୌଣସି ମତଲବରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
6/5/2019

Monday, May 6, 2019
Topic(s) of this poem: poetry
COMMENTS OF THE POEM
Gajanan Mishra 06 May 2019

Written in odia language, odia is the official language of odisha india it is about the power of poetry on this life.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success