1.
କାଚ
କଣ ଭାଙ୍ଗେ ସତରେ?
କାଚକୁ କାଚ ଭଳି ଦିଅ ରହିବାକୁ
ଖରାରେ ବର୍ଷାରେ ।
2.
କଣ ଥାଏ କାଚରେ?
କାଚରେ କାଚ ଥାଏ
ଲୁହ ହୋଇ ଲୁଣ ହୋଇ
ଆଉ ଲୋଡୁଥାଏ ଗୋଟେ
ହୃଦୟ ଯୋଡେଇବାକୁ
ସତ୍ୟ ସହିତ ।
3.
କାଚ ରଖିଥାଏ ମତେ ଇ,
କାଚକୁ ଅବଶ୍ୟ ରଖି ହୁଏ ନି
କାଚ ଭଳି ସବୁବେଳେ ସବୁଠି ।
କାଚ, କାଚ, ମୁଁ, ମୁଁ,
ଆମର ଆମେ ଏଠି ଥାଉ ତଥାପି ।
This poem has not been translated into any other language yet.
I would like to translate this poem