ଆଏଲ, ରହେଲ, ମିଶଲ,
ଖାଏଲ ଝୁରିରେ ଶିକାରରେ,
ପି ଲ ପାଏନ ଫଲରସ,
ଶୁଇଲ ଢବାଘରେ, ଦେଖଲ ଚାହେଁଲ।
ନେଇଁ ପାରଲ ସହି ଶିରି,
ହେଲ ଖିସେଇ,
ଅଁହକାର କଲ, ପିଲା ଛୁଆ
ମାଏଝି, ବହ ଉପରେ
ରାଗ ସୁଝାଲ।
ଘରକେ ମାଏଟକେ
ଉଜଡାମି ବଏଲ।
ତମର ଗିତ ମୋର ଟୁଡେଁ
ଭରମି ବଏଲ।
ତମରନେ ଥିବା ରୋଗବଏରାଗ
ମୋରନିକେ ଲହଁକାମି ବଏଲ।
କେତେ ପାରଲ?
ନେଇଁ ପଚରାବାର
ହେଟା ଇଛେନ ଇନ।
କହୁଛେଁ, ଯାହା ଯେନ ଯେନ୍ତା କଲ,
କଲ।
ଏଖେନ ଭାଗ, ଖଟ ଖସର,
ମତେ ମୋରଠାନେ ମୋର
ମାଏଝିପିଲାବହ ସଁଗେ
ରହେବାରକେ ଦିଅ।
ମୋର ମୁଇଁ ମୋର ଭଁଗାଘରେ
ଚକାଜନ୍ ଦେଖଲେ ଭି
ହେଟା ସରଗ ଆଏ।
ଗଦ୍ଦାର ତମେ ଆଏ।
ମୁଇଁ ମୋର ଅଛେଁ ମୋର ଧର୍ମେ।
ମତେ ମୋର ରହେବାରକେ ଦିଅ,
ବଜାଗଜା ଯେତକି କରବ
ପୁଡିହେଇକରି ମରବ ତମେ
ତମରଠାନେ ହେତକି।
This poem has not been translated into any other language yet.
I would like to translate this poem