ଦେଖିଛୁ ଡୁମେର ଫୁଲ?
ହଁ କେନ୍ତା ବଲିଦେବୁ
ନେଇଁ ଦେଖମି ନ!
ଖରା ଯଉଥିବା
ବରଷା ଅଉଥିବା
ଗୁଟେକେ ଗୁଟେ ରଁଗ
ବଦଲଉଥିବା ଡୁମେର।
ଡୁମେର ଗୁରସ ପିଛୁ?
ନେଇଁ ବଲବୁ ଜନା ମତେ।
ଜାନିଛେଁ ବଏଲେ ଯେ
କାଣାଟେ କରିହେବା
ହେନ୍ତି ଭି ନେଇଁ ସେ।
ଅଛେଁ ଡୁମେରତଲେ,
ଡୁମେରତଲେ ଆରୁ
ଦେବୁ କାଣା ମତେ!
ଛାଟେ ଥା,
ନେଇଁ ଛଟପଟା।
ନିଘା କରୁ ଥା,
ଛନଛନଉ ଥା।
ଚହଟି ଯଉଛେ ବାସ୍ନା
ଗଉ ଥା ଗୀତ୍ ତାରେ ନା ନା।
ବଜଉଛେ ବଜା ଡୁମେର ଫୁଲ
ହ ନେଇଁ ଇ ଜୀବନଥି ବନା ।
This poem has not been translated into any other language yet.
I would like to translate this poem