ଛେଳି ଓ ପାଣି Goat And Water Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଛେଳି ଓ ପାଣି Goat And Water

Rating: 5.0

1

କଣ ଦେଖି ଦେଖି
ଡେଉଁଛି ମାଙ୍କଡ
ପାରିବ କିଏ କହି?

କୋଉ କବିତାର
କୋଉ ଧାଡିରେ
ତୁମ ବିଷୟ ଅଛି?

ପାଣି ମିଶାଇଲେ
ଗଣି ହେବ କି ବାଲି?

କଳ୍ପନା କରି
ହେବ କି କହି
କେତେ ଆଗେଇଛୁ
ବିକାଶ ପଥରେ?

କହିବାକୁ ପଡିବ ଅବଶ୍ୟ
ଛେଳି ଓ ପାଣିର ସଂପର୍କ!

2

ପୂରା ହେବାକୁ ଦିଅ
ଫୁଲକୁ
ଜହ୍ନକୁ
ଆକାଶକୁ।

ଏ ମେଘଟା
କଣ ପାଇଁ
ୟାଡୁସ୍ୟାଡୁ ଗପୁଛି
ଜଣା ନାଇଁ।

ଅବଶ୍ୟ ଚାଲିଛି
ପୋଷାକ ବଦଳ।
ଅବଶ୍ୟ ଚପଲର ଫିତା
ଯାଉଛି ଛିଣ୍ଡି।

ବାଘ ଆଉ ଟଗର ଭିତରେ
ଥିବା ସଂପର୍କ ଏ ଯାଏ ଅଜଣା।

Tuesday, September 17, 2019
Topic(s) of this poem: life,nature
COMMENTS OF THE POEM
Gajanan Mishra 17 September 2019

Very difficult to define relationships

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success