ହରିଆଣା ଛେଳିGoat Of Haryana Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହରିଆଣା ଛେଳିGoat Of Haryana

Rating: 5.0

ହରିଆଣା ଛେଳି
ଗଜାନନ ମିଶ୍ର

ମୁଁ କଣ ଏତେ ସୁନ୍ଦରୀ,
ସଭକର, ହରୁନ,
ଜଫର ଆଦିଙ୍କ ପାଇଁ!

ତଦନ୍ତ କରୁଛନ୍ତି,
ସରିଲେ ତଦନ୍ତ
କହିବେ ନଗିନା
ପୋଲିସଥାନାର ବାବୁ
ରଜବୀର ସିଂହ।

ମୋର ବ୍ୟକ୍ତିଗତ
ଆରୋପ କିଛି ନାଇଁ ।
ବରଂ ମୁଁ ଖୁସି,
ମୋ ପୁଅଝିଅଙ୍କ
ମାଂସ କାଟି
ଖାଉଥିଲେ ତ ଖାଉଥିଲେ,

ମୋ କଂଚା ଦେହରେ ବି
ରଖିଥିଲେ ଆଖି
ମତେ ଜଣା ନ ଥିଲା!

ଜଣେ ପରେ ଜଣେ
ଆଠଜଣ ମୋ ଦେହରେ
କଲେ ଦୁଷ୍କର୍ମ,
ମୋ ପେଟରେ ଥିବା
ଛୁଆଙ୍କ କପାଳ ବାମ,
ଦୁନିଆଁ ଦେଖି ନ ପାରି
ଭେଟିଲେ ଯମ।

ଏଠି ରହି
ମୋର ଆଉ କି କାମ?

ମୁଁ ଚାଲିଲି ଶୂନ୍ଯ,
ଏ ମଣିଷ ଜାତିଟା
ଏଡେ ନ୍ୟୁନ!

ଅସଲୁ, ମୋର ମାଲିକ
ମୋର ପାଳିତ ପିତା,

ଦେଇଛନ୍ତି ଏତାଲା,
କହିବେ ବାକି ସବୁ କଥା,
ଯଦି ଶୁଣିବାକୁ ଇଚ୍ଛା
ତାଙ୍କ ପାଖକୁ ଯାଉ ନ!

ନିଉଜ 18/ ତା 29/7/2018
@ ହରିୟାଣାର ମେୱାଟରେ ଗୋଟେ ଗର୍ଭବତୀ ଛେଳୀକୁ ଆଠଜଣ ଲୋକ ଗତ 25/7/2018 ବୁଧବାର ଦିନ ଦୁର୍ଷ୍କମ କରିବା ଫଳରେ ଛେଳୀର ମୃତ୍ୟୁ ହୋଇଛି। ଛେଳୀର ମାଲିକ ଅସଲୁ ନଗିନା ଥାନାରେ 26/7/2018 ଗୁରୁବାର ଦିନ ଏତାଲା ଦାଏର କରିଛନ୍ତି। ରଜବୀର ସିଂହ ଥାନାବାବୁ ତଦନ୍ତ ଚାଲୁ ରଖିଛନ୍ତି। ପଶୁ ଅଧିକାର ସଂଘଠନ ପୋଲିସର ସହାୟତା କରୁଛନ୍ତି ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରୁଛନ୍ତି।

Sunday, July 29, 2018
Topic(s) of this poem: human and animal
POET'S NOTES ABOUT THE POEM
Written in odia language, odia is the official language of Odisha India. This poem is about a pregnant goat of Haryana, Eight men raped her, and the goat died. FIR has been lodged by the owner and the inquiry is going on. The animal right organization has demanded stringent action against the accused persons.
COMMENTS OF THE POEM
Dr Dillip K Swain 29 July 2018

A wonderful Odiya poem dear poet! Thanks for sharing....10

0 0 Reply
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success