ମେଘ୍ ଘୋଟ କରି ଆନୁଛେ,
ବରଷି ଦେବା ରଝୋ ରଝୋ
ହେଟା ନେଇଁ କହେବାର ମୁଇଁ।
ବିହା ହେଇଛେ, ହେଇଯିବା
ଛୁଆପିଲା ଗୁରଦୁ ହେନ୍ତା ନେଇଁସେ।
ନେଇଁ କହେବାର ମୁଇଁ,
ଫୁଲ ଫୁଟଲାବଲି ଚହଟି ଯିବା
ବାସ ସବୁଆଡକେ।
ପିଲା ଜନମ ହେଲା ବଲି
ମୁନୁଷ ବାଗିର ମୁନୁଷଟେ ହେବା
କେନ କହେବା!
ନେଇଁ ଜାନି ମୁଇଁ
ଆଏଜ କାଏଁ ବାର୍
କେତେ ତାରିଖ, ତିଥି କାଣା।
କହେବାରଟା ଭି ସତ ନେଇଁ ସେ
ସୁରଜ ଅଉଛେ ଆରୁ ଜଉଛେ।
ହେଲେ ସତ୍ ଇଟା ବଂଚିଛେଁ ମୁଇଁ
ଭିତରୁ ବାହାରକେ ଆରୁ
ବାହାରୁ ଭିତରକେ କାଣା ଗୁଟେ
ଜଉଛେ ଅଉଛେ, ଆରୁ
ମୁଇଁ ଅଛେଁ।
This poem has not been translated into any other language yet.
I would like to translate this poem