1.
ଇର୍ଷା ଦ୍ୱେଷ ଦୁଃଖ କ୍ରୋଧ
ନକଲି ପ୍ରେମର ସମୟ,
ଫେସବୁକ, ଗୁଗୁଲ,
ସଫ୍ଟଉଏର, ଆୟବ୍ୟୟ,
ଖଜୁରିବଣରେ ଘର,
ନାହିଁ କେହି ଦେବାକୁ
ସଠିକ୍ ବନ୍ଧୁ ପରିଚୟ।
କାଗଜି ଫୁଲର ସହର,
ବାସ୍ନା ନାହିଁ, କି ନାହିଁ
କିଛି ଠିକଠିକଣା ଜୀବନର।
ପେଟପାଟଣା ଦୁର୍ଘଟଣା,
ସ୍ତ୍ରୀ, ଘର ଆଉ ଘରକରଣା,
ଲୁଣ, ଲହଡି, ଲୁହ ସବୁ ସବୁ
ଫେଣ୍ଟି ଦେଉଛି କୁସାରିପଣା।
2.
ଗଲାବେଳେ ହଜି ପବନରେ
ଯାଦୁ ଦେଖାଏ ଆଲୁଅ।
ଆଲୁଅ ହଜିଲାବେଳେ ଅନ୍ଧାରରେ
ନାଟ କରେ ଆକାଶ।
ଆକାଶ ଥାଏ, ଥାଏ
ଆଉ ପଶେ ମାଟିରେ।
ମାଟି ମିଶେ ପାଣିରେ
ପବନ ଦିଏ ପାଣିକୁ ହଜାଇ ଏଠାରେ।
This poem has not been translated into any other language yet.
I would like to translate this poem