ଅନେକ କଥା
ଗଜାନନ ମିଶ୍ର
ଚୂଡି ସହିତ
ଓଡିଶାର ସଂପର୍କ
ଜାଣି ନି।
ଆଉ ବି ଜାଣି ନି
ଅନେକ କଥା,
ଯେମିତି ସୁନା ଆଉ
ପଥର ତଫାତ୍।
ଜାଣିବାର ଥିଲେ
ଆସି ନ ଥାନ୍ତି ଏଠିକି
ଡାକି ନ ଥାନ୍ତି କାହାକୁ
ଚଢି ନ ଥାନ୍ତି ଶିଢି
କହି ନ ଥାନ୍ତି ବାପ୍ ରେ ବାପ୍
ଏତେ ବରଫ ଭିତରେ ବି ନିଆଁ!
ଆଲୁଅର ସନ୍ଧାନରେ
ଯାଉ ଯାଉ ହଜିଗଲା
ନିଜେ ନିଜଠି ପୋଡାମୁହାଁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
01/03/2020
This poem has not been translated into any other language yet.
I would like to translate this poem