ସରକାରସରକାର
ଗଜାନନ ମିଶ୍ର
ସରକାର ସରକାର ସରକାର
କିଏ ଏ ସରକାର, କେମିତି ସରକାର
କାହାର ସରକାର, କୋଉଠାର ସରକାର।
ସରକାର ଚାହିଁଲେ ପେଟ ପୂରିବ
ସରକାର ଚାହିଁଲେ ନିଦ ଲାଗିବ
ସରକାର ଚାହିଁଲେ ଚାକିରୀ କରିବ
ସରକାର ଚାହିଁଲେ ଜୀବନ ଯିବ
ସରକାର ଚାହିଁଲେ ଘର ରହିବ
ସରକାର ଚାହିଁଲେ ବର ମିଳିବ
ସରକାର ଚାହିଁଲେ ସ୍ୱପ୍ନ ଫୁଟିବ।
ସରକାର ଚାହିଁଲେ କଣ ହେବ
ଆଉ କଣ ନ ହେବ ମିଳିବ
ତାଲିକା ଖୋଜି କିଏ କହିବ!
ସରକାର ଏଠି ସରକାର
ସଭିଙ୍କୁ ଦରକାର ସରକାର ।
କଣ ଦରକାର କାହାକୁ,
କେତେବେଳେ ଦରକାର
କଣ ପାଇଁ ଦରକାର
କହିବେ ସରକାର।
ସରକାର ଦେବେ
ସବୁ ମାଗଣାରେ
ଭୋଟ ଦେଲେ।
ଆଉ ନ ଦେଲେ!
ବଂଚିବ ନି ବୋପା ବି
କହେ ଖୁସିରାମ ଖର୍ସେଲ।
ଜେ ହୋ ସରକାର,
ଯାଦୁବାଲା ପି ସି ସରକାର
ନାଟବାଲା ଏ ମଜୁମଦାର
ମଦବାଲା ଓ ସାମନ୍ତସିଂହାର।
ସରକାର ସରକାର
ଲୋକଙ୍କ ପାଇଁ ସରକାର
ଲୋକଙ୍କର ସରକାର
ଲୋକଙ୍କ ଦ୍ୱାରା ସରକାର।
ଏଠି ସରକାର
ସେଠି ସରକାର
ସବୁଠି ସରକାର,
ସରକାର ସରକାର
ଆଉ ବିନା ସରକାରରେ
ସବୁ ମୁର୍ଦ୍ଦାର!
ତପୋବନ, ଟିଟିଲାଗଡ,ବଲାଙ୍ଗୀର
02/08/2020
This poem has not been translated into any other language yet.
I would like to translate this poem