ସରକାର ଆଉ ସରକାରୀ ଅଫିସର Government And Government Officials Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସରକାର ଆଉ ସରକାରୀ ଅଫିସର Government And Government Officials

Rating: 5.0

ଏଠାରେ ଏମାନେ
ଗଜାନନ ମିଶ୍ର

1
ଆତତାୟୀ
ଏମାନେ ସବୁ
ଏ ଯାହାଙ୍କୁ
ଦେଖୁଛ ଏଠାରେ
ଆଉ ଯାହାଙ୍କୁ କହୁଛ
ଭାଇ ବାପ ବନ୍ଧୁ ମଇତ୍ର।
ତମର ଆତ୍ମାକୁ ପଚାର
ଏମାନେ କେତେଦୂର
ହେବେ ତୁମର ସହାୟ।
ପଚାର କେମିତି
କୋଉଠି କିଏ
ଦେବ ଧୋକା!
କଣ କଲେ ପୁଣି
ତୁମକୁ ଯିବ ତୁମେ
ଏମାନଙ୍କ ସହିତ
ପଚାର ଯାଇ
ଯାହାକୁ ନେଇ ପୁଣି
ଧରି ରଖିବାକୁ ହେବ
ଏ ସମୟ।
ଏ ସମୟରେ ଏଠି
ଚୋର ତସ୍କରଙ୍କ ଭିଡ।

2
ଚୋର ତସ୍କର
ଆଉ ଲୁଟେରା
ସବୁ ସବୁ ଏମାନେ
ଏ ସରକାର
ଆଉ ଏ ସରକାରୀ
ବାବୁ ଅଫିସରମାନେ
ଚାଣକ୍ୟ ଦିନୁ
ସିଦ୍ଧ କଥା ୟେ,
ଆଉ ଆଲୋଚନାର
ନାଇଁ ପ୍ରୟୋଜନ
ୟା ଉପରେ।
ବଦଳେଇ ପାରିବାର
ଶକ୍ତି ଅବଶ୍ୟ ଅଛି
ତୁମଠି ଜାଣେ।
କିନ୍ତୁ ତୁମକୁ କୌଣସି
ପଦପଦବୀ କି
ଟଙ୍କାସୁନା କି
ଆଉ କଣ କଣ ସବୁଠୁ
ରହିବାକୁ ହେବ ଦୂରରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
19/10/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success