ପିଠା ଖୁଏଇ
ଲଗେଇଦେଲା ଅଠା,
ଅଠାଲଗେଇ ବନେଇଦେଲା ଚଠା।
କେନ୍ତା କରି ଜିମା କାହିଁ
ମୁହୁଁଦେଖେଇ ହୋ!
ତୋର ଧାନକେ
ତୋର ମୁଢି,
ପୁଷପୁନି ମଡା
ଖା ବୁଢୀ
ପିଠାଖେଇକରି
ହ ଛେରେଇ।
ଡର ନେଇଁ,
ଭୋଟ ଦେଇ ସାରଲେ
ତୋର ତୁଇ
ମୋର ମୁଇଁ।
ଖା ଖା
ପିଠା ଖା,
ଖାଇ ଖାଇ
ଯା ଭୋଟ ଦେଇ।
ପିଇସି ନେଇଁ
ମାଏସି,
ମକେ ଦେସି ଖୁସି।
ଖୁସିଥି
ଦେସି ଫସେଇ।
ଖ ଖ
ପିଠା ଖ।
ତମେ ଖୁସି ତ
ମୁଇଁ ଖୁସି।
ମୁଇଁ ଦୁଖେ ରହେଲିଁ ବଏଲେ
ଠାନରଟା ଠାନେ
ଫସାମି ହେନେ।
ପୁଲିସ ଅମଲା
ସବୁ ମୋରନେ।
This poem has not been translated into any other language yet.
I would like to translate this poem