ମାସସାରା ଖୁସିରେ Happy All Over The Month Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାସସାରା ଖୁସିରେ Happy All Over The Month

Rating: 5.0

1

ବର୍ଣିବାକୁ ନାଇଁ ଭାଷା,
କଣ କହିବାର ଅଛି କି କାହାକୁ!
ମାସସାରା ଖୁସିରେ ମୁଁ,
ଆଉ ସେମାନେ ପାରୁ ନାହାନ୍ତି
ଥୟଧରି ଏଠି କି କୋଉଠି।
ସ୍ୱର୍ଗ ସୁଖ କହନ୍ତି କାହାକୁ?
ଆଣନ୍ତି ଯାହା ଦେଇ ଦିଅନ୍ତି ପୁଣି
କହନ୍ତି ନାଇଁ କଣ କିଛି।

2

ଅଛନ୍ତି କିଛି ଲୋକ
ଜବରଦସ୍ତି ଆସି ହେବେ ବନ୍ଧୁ
ପଛରୁ ମାରିବେ ଠୁସା
ଆଉ କହିବେ ଦୁଃଖଯନ୍ତ୍ରଣାରେ
ଛଟପଟ ହେଉଥିବାର ଦେଖିଲେ
ହୁଅନ୍ତି ସେମାନେ ଖୁସି।
ଏମିତି ଲୋକଙ୍କୁ କେମିତି
କଣ କହିବ ଆଉ କେତେଦିନ
ୟାଙ୍କ ସହିତ ପାରିବ ରହି ଭାଇ।

3

ଯାଉଛି ସେମାନଙ୍କ ପାଖକୁ
ପଚାରୁ ନାହାନ୍ତି ଯୋଉମାନେ ।
ଆଉ ପଚାରୁଛନ୍ତି ଯୋଉମାନେ
ଦୂରେଇ ରହୁଛି ସେମାନଙ୍କଠୁ।
ଅଛି ଖୁସିରେ କି ଅଛି ଦୁଃଖରେ
ସେସବୁ ନାଇଁ ଦେଖିବାର,
ଅଛି ଦେଖିବାର କେତେ କିଏ
ପ୍ରତିଶ୍ରୁତିବଦ୍ଧ ଏଠାରେ ଏତେବେଳେ ।

POET'S NOTES ABOUT THE POEM
Language - odia, script - brahmi,
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success