ଧୈର୍ଯ୍ଯ ଧର Have Patience Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଧୈର୍ଯ୍ଯ ଧର Have Patience

Rating: 5.0

ମୋ ସ୍ୱର୍ଗ
ଗଜାନନ ମିଶ୍ର

1
ମୋ ହୃଦୟରେ
ମୋ ସ୍ୱର୍ଗ ।
ଦେବି ନି ଉଜାଡିବାକୁ
କେବେ ବି।
ଏଠାକାର ଏ ଝରଣା, ନଈ,
ଏଠାକାର ପାହାଡ ପଥର,
କୁହୁଡି, ଉଠାଣ ପକାଣ
ସବୁ ମୋର।
ମୁଁ ଏଠାକାର ବାଘ,
ମୁଁ ଏଠାକାର ସିଂହ।
ପାଗଳା କୁକୁର, ବିଲୁଆ
ଆଉ ଆଉ ଗଦ୍ଦାରଙ୍କୁ
କେବେ ବି ଦେବି ନି ରଖି
ମୁଁ ମୋର ଏଇ ସ୍ୱର୍ଗରେ।

2
ଏ ସ୍ୱର୍ଗ ମୋର, ମୋ ପାଇଁ।
ମୁଁ ସ୍ୱର୍ଗର, ସ୍ୱର୍ଗ ପାଇଁ ମୁଁ।
କୌଣସି ଅପକର୍ମର
ନାହିଁ ସ୍ଥାନ ଏଠି।
ଅଛ ଯିଏ, ଦିଅ ଦୂରେଇ
ଅପଶବ୍ଦ ସବୁ ପାଖରୁ।
ରହ ସତର୍କ, ରହ ସଚେତ।
ଶୁଣ ମନଦେଇ
ଫୁଲ ପକ୍ଷୀଙ୍କ ଗୀତ।
ଏ ମାଟିର ଶାନ୍ତ ସକାଳ,
ଏଠାକାର ଏ ପାଣି
ଏ ପବନର ଖେଳ
ରହିଛି ସବୁ ଏ ଜୀବନକୁ
କରିବାକୁ ସଦା ସଚଳ।

3
ଏ ସ୍ୱର୍ଗ ମୋର,
ଏ ସ୍ୱର୍ଗ ତୁମର।
ତୁମ ପାଇଁ ତ ଏଠି
ସ୍ୱକାର କରି ନେଉଛି
ଏତେ ସବୁ କଷ୍ଟ।
ତୁମ ମୁହଁରେ ଦେଖିବାକୁ ହସ,
ତୁମକୁ ଦେଖେଇବାକୁ
ବିକାଶର ପଥ,
ନିନ୍ଦାବଦନାମ, ଯଶଅପଯଶ
ସବୁକୁ ନେଉଛି ଆଦରି।
ଯେମିତି ହେଉ, ଉଡାଇବି
ଶାନ୍ତିର କପୋତ ଏଠି।
ନୂଆ ଆଲୁଅରେ ଝଲସିବ ବିଶ୍ଵ,
ଧୈର୍ଯ୍ଯ ଧର, ଦେଖିବ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
13/8/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success