ଦମ୍ ଅଛେ କେଁ କେନ ମନ୍ତ୍ରୀର
କାମ କରବା ମୋର ଭାଷାଥି,
ଆରୁ କରାବା ହେତାର ଅମଲାଅଫିସର
ମାନକରଠାନୁ?
ଦମ୍ ଅଛେ? ?
ଦମ୍ ଅଛେଁ କେ, କହେବା,
ଅକ୍ଷରେ ଅକ୍ଷରେ କରମି,
କରାମି ବଲୁଥିଲିଁ ହୋ,
ନେଇଁ ହେଇପାରଲା,
ଦଉଛେଁ ଇସ୍ତିଫା।
ଇ ବୁଆ!
ମନତିରି ପରେ,
ଆମରଠାନୁ ଭୁଟ ନେଇଥିଲା,
ଆମର ଟଁକାରେ ଆରାମ ଅଏସ କରୁଥିଲା,
ଲାଲବତୀ ଗାଡି ଚଢୁଥିଲା,
ପାବାର ଦେଖଉଥିଲା,
ଏଇସା କରଦୁଙ୍ଗା
ତେଇସା କରଦୁଙ୍ଗା ବଲୁଥିଲା,
ଇ ବୁଆ, ଚୁଛାଭସ୍ କେଁ!
ଦେଖମି କରମି
ବଲବାରଟା ନେଇଁ ସେ ହୋ,
ରାଜନିତିଆ କଥାଥି ନେଇଁ ବହକ
ଲୁକକେ ଆରୁ।
ଦମ୍ ଅଛେ ତ ଆସ,
ମିଶ, ଲୁକର ଭାଷାରେ
ଲେଖପଢ କର,
ମାଏଟ ମା ବିକାଶ୍ କର,
କରବାରଟା କରି କରି ଦେଖେଇ ଦିଅ,
ନେଇଁ ଠକ ନ ଆରୁ,
ଗୁରଦୁ ଠକଲ ନ,
ଲୁକେ ଜାନଲେନ।
ମଦ ଶିକାର ଦେଇକରି
ଠକାଭଁଡା ଭୋଟ ନେଇକରି
କେତେଦିନ ଆରୁ ଚଲବ!
କେତେ ଲୋକକେ ଘିନବ,
ସାଁଗ ହୋ ଆସ ଆସ
କହିକରି କେତେଲୋକକେ
ହଡା ବନାବ!
ମନତିରି ହେଇଛ ପରେ!
କେଁ ମନତିରି?
କେନ୍ତା ମନତିରି?
କାହାର ମନତିରି?
ଦମ୍ ଅଛେ ବଏଲେ
ସବୁ ଛାଡିଛୁଡି
ଥଉ ଥଉ ବେଲ
ଯ ସୁଧରି ଆରୁ
ଆସ ଉତରି
ଟାକିଛନ୍ ଲୁକେ
ଫୁଲମାଲ ଧରିକରି।
This poem has not been translated into any other language yet.
I would like to translate this poem