ଡେରାଗୁଂପା ଗାଁ
ଗଜାନନ ମିଶ୍ର
ଇ ଗାଁଥି
ନେଇଁ ନ
ସରକାର।
ଇ ଗାଁଥି
ଅଛେ ଭୋକ
ଅଛେ ଶୋଷ।
ଇ ଗାଁର ପିଲା
ଦାଦନ,
ବୁଢ଼ାବୁଢ଼ୀର
ନଉଛନ ଜତନ
ଦିନର ସୁରଜ
ରାତିର ଜନ।
ପଖନ ଡଁଗର
ଝାଁଟିମାଟି
ଚେରମୁଲ
ଇ ଗାଁର ଇସକୁଲ।
ଖରା ବରଷା
ଇ ଗାଁର ଭରସା
ଆଶା ଆରୁ ବିଶ୍ୱାସ,
ଜିବନ ଅଛେ
ଅଉଛେ ଜଉଛେ
ନିଶାସପରଶ୍ୱାସ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/9/2019
This poem has not been translated into any other language yet.
I would like to translate this poem
Village in poverty, and government is not taking any action