କବିତା ଘର House Of Poetry - 4 Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ଘର House Of Poetry - 4

Rating: 5.0

1996ରେ ପ୍ରକାଶିତ କବିତା ବହି ' କବିତାଘର 'ରୁ:

1)ସାକ୍ଷାତକାର

ଆପଣ କବିତା ଲେଖନ୍ତି?
ଆଜ୍ଞା, ହଁ।

ଜୀବନ କେମିତି ଲାଗୁଛି?
ବହୁତ ଭଲ ଲାଗୁଛି।

ଆପଣଙ୍କର ସାଇପଡିଶା ଲୋକେ କେମିତି?
ଆଜ୍ଞା ବହୁତ ଭଲ।

ଆପଣ ନିର୍ଭୟରେ ଅଛନ୍ତି?
ଆଜ୍ଞା ନା,
ମୋତେ ସବୁବେଳେ
ଭୟ ଭୟ ଲାଗୁଛି
ସବୁଠି।

2)ପବନ ନ ଥିଲା

କଣ ହେଲା ସେଇଠୁ?
ଗାଡି ପହଂଚିଲା।

କଣ ହେଲା ସେଇଠୁ?
ପାଂଚଜଣ ଯାତ୍ରୀ ଓହ୍ଲାଇଲେ ।

କଣ ହେଲା ସେଇଠୁ?
କେହି କାହାରି ସହିତ
ଖାପ ଖାଇଲେ ନାହିଁ।

କଣ ହେଲା ସେଇଠୁ?
ନୀରବରେ ଯେ ଝା ମତେ
ଠିଆ ହେଲେ।

କଣ ହେଲା ସେଇଠୁ?
ପବନ ଆଉ ନ ଥିଲା ପାଖରେ।

3)ଚାଲିଯାଉଛ

ବେଫିକର ଚାଲି ଯାଉଛ ତ
ରହ, ଦଣ୍ଡେ ଠିଆ ହୁଅ।
ମୁଁ ଦେଖି ନିଏଁ ତମର ସ୍ପଷ୍ଟ ରୂପ।

ମୁଁ ବାଟରେ,
ଠିକ୍ ମଝି ବାଟରେ
ଠିଆ ହୋଇଛି,
ମତେ ଡେଇଁ
ଚାଲି ଯାଉଛ କେମିତି!

ଓଃ! ମୁଁ ଆଉ
ଦେଖି ପାରୁ ନାହିଁ କିଛି,
ଆସ୍ତେ ଆସ୍ତେ ଅସ୍ପଷ୍ଟ
ହୋଇ ଯାଉଛି ମୋର ସ୍ୱରଲିପି।

ତୁମେ କେଉଁଠି?
କେତେଦୂର ଗଲଣି?
ମୁଁ ଆଉ ତୁମର ସ୍ପଷ୍ଟ ରୂପ
ଦେଖି ପାରୁ ନାହିଁ।

ମୋର ଅସ୍ପଷ୍ଟ ସ୍ୱରଲିପି
ତୁମେ ଶୁଣି ପାରୁଛ ତ!

4)ଆସିଛ ଯେବେ

ଆସିଛ ଯେବେ ଦେଖ
କେମିତି ଝାଉଁଳି ପଡୁଛି ଲତାଟି
ତୁମ ଆଖି ଆଗରେ ।
ଆସିଛ ଯେବେ ଦେଖ
କେମିତି ଓଲଟ ନୃତ୍ୟରେ
ମାତିଛି ପବନ
ତୁମ ଆଖି ଆଗରେ।

ତୁମେ କୁଆଡେ ବାହାରିଛ
ସକାଳୁ ସକାଳୁ ଏତେ ତରତରରେ?
ଓସ୍ତଗଛଟା କଣ କହୁଛି ଶୁଣ
ତାର ମୁଦା ପାଟିରେ,
ଆକାଶ ଉଡୁଛି ଦେଖ
ମଲା କାଉର ଡେଣାରେ।

ଭାବିଦିଅ ତୁମେ ମରିକରି ଅଛ,
ମରିକରି ଚାଲବୁଲ କରୁଛ।

ଗଲାକାଲି ସଂଧ୍ୟାରେ
ତମେ ଆମ ଆଗେ ଠିଆ ହୋଇଥିଲ।
ଗଲାକାଲି ସଂଧ୍ୟାରେ
ଆମେ ଦେଖିଥିଲୁଁ ଚିତାବାଘ।
ଆମର ବିଚ୍ଛେଦ ହେଲା
ଗଲାକାଲି ସଂଧ୍ୟାରେ
ଆମ ମଝିରେ ଠିଆ ହୋଇଥିଲା
ଉଜ୍ଜଳ ଆକାଶ

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019

Saturday, July 20, 2019
Topic(s) of this poem: poetry
COMMENTS OF THE POEM
Dr Dillip K Swain 20 July 2019

1996ରେ ପ୍ରକାଶିତ କବିତା ବହି ' କବିତାଘର ' ମଧ୍ୟରୁ ଉପସ୍ଥାପନ ଏହି କବିତାଟି ଅତ୍ୟନ୍ତ ସୁନ୍ଦର....ମନ ଛୁଆଁ ହେଇଚି

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success