ସହି ହେଉ ନି ଆଉ
ଗଜାନନ ମିଶ୍ର
ସହି ହେଉ ନି ଆଉ!
ନେଇ ଯାଆନ୍ତା ହେଲେ ଏ ସମୟ ମତେ!
କଣ ଥିଲା!
ଚାଲିଛି କଣ! !
ଇଚ୍ଛା ନାଇଁ ଖାଇବାକୁ କିଛି
ଇଚ୍ଛା ନାଇଁ ପିନ୍ଧିବାକୁ କିଛି
ଇଚ୍ଛା ନାଇଁ କହିବାକୁ କାହାକୁ କଣ! !
ହେଇ ଚୁପ୍ ଚାପ୍ ରହିଛି ବସି,
କାହାଠୁ କଣ ଶୁଣିବାକୁ ବି ନାଇଁ ଇଚ୍ଛା।
କେମିତି ହେଉଛି ଏମିତି
କହିବ କିଏ?
ଅଛି କିଏ କୋଉଠି? ?
କଣ ଅବା ହେଉଛି!
ସନ୍ତୁଳି ହେଉଛି ଯାହା ମୁଁ ମୋ ଭିତରେ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
05/12/2020
This poem has not been translated into any other language yet.
I would like to translate this poem