ମଣିଷକୁ ମଣିଷତ୍ୱ Humanity To Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଣିଷକୁ ମଣିଷତ୍ୱ Humanity To Men

Rating: 5.0

ଭାଷା ଦେ ଭାଷା ଦେ
ଭାଷା ଦେ ଦେ,
ଭାଷାକୁ ନେଇ କିଆଁ
ଲୋକହସା ଏତେ!

ଭାଷା ଦେ ଭାଷା ଦେ
ଭାଷା ଦେ ଦେ,
ଭାଷାରେ ତୋର ପରିଚିତି
କହିବି ଆଉ କେତେ!

ଭାଷା ଦେ ଭାଷା ଦେ
ଭାଷା ଦେ ଦେ,
ଭାଷା ପାଇଁ ତ ଏ ଲଢେଇ
ପାରିବୁ କି ଜିଣି ସତେ!

ଭାଷା ଦେ ଭାଷା ଦେ
ଭାଷା ଦେ ଦେ,
ମାତୃ ଭାଷା,
ପିତୃ ଭାଷା,
ପ୍ରେମ ଭାଷା,
ହୃଦୟ ଭାଷା,
ମାଟି ଭାଷା,
ଆକାଶ ଭାଷା,

ଜୀବନ ଭାଷା,
ଭାଷା ଉପରର
ଝଡ ବତାସ
ହଟାଇ ଦେ ଦେ।

ଭାଷା ଦେ ଭାଷା ଦେ
ଭାଷା ଦେ ଦେ,
ଭାଷା ମୋର
ଏଠି ମୋତେ ଜଲଦି
ଦେଇ ଦେ ଦେ।

ଭାଷାକୁ ନେଇ
କରିବି ଘର ।
ଭାଷାର ଆଲୁଅରେ
ଘର ହେବ ସୁନ୍ଦର।

ଭାଷାଥିଲେ ଏଇଠି
ଅନ୍ଧାର ଯିବ ହଟି।
ଭାଷା ଉପରେ
ଯେତେ ଯୋଉଠି ଖଟି।

ଭାଷା ଦେ ଭାଷା ଦେ,
ଭାଷା ଦେ ଦେ।

ମୃତକୁ ଅମୃତ ଦେ,
ଶବକୁ ଶିବତ୍ୱ ଦେ,
ଅଜ୍ଞାନକୁ ଜ୍ଞାନ ଦେ,
ଦେ ଦେ ପାଣିକୁ ପାତ୍ର ଦେ,
ସସୀମକୁ ଅସୀମ କରି ଦେ,
ଦେ ଦେ, ଭାଷା ଦେ,
ମଣିଷକୁ ମଣିଷତ୍ୱ ଦେ,
ଦେ ଦେ,
ସମଗ୍ର ଜାତିର
ମାନ ସମ୍ମାନ ରଖି ଦେ।

POET'S NOTES ABOUT THE POEM
written in odia language, odia is the official language of Odisha India, it is all about language and men
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success