ଅଧାଗଢା ଚୂଲି, ଚିରାପେଣ୍ଟ,
କଣା ଡେକଚି, ଫଟା ଗିଲାସ
ମୋ ଭାଗ୍ଯ,
ମୁଁ ଭାରତୀୟ।
ମୁଁ କୁଆଡେ ମୁକ୍ତ,
ସବୁ କ୍ଷମତା ମୋଠି,
ମୁଁ ଭୋଟ ନ ଦେଲେ
ଦେଶ ଚାଲିବ ନି।
ମୁଁ ଟିକସ ନ ଦେଲେ,
ଟଙ୍କା କାହାକୁ ଦିଆ ଯାଇ ପାରିବ ନି,
ତଥାପି ଧରେଇ ଦିଆ ଯାଉଛିମତେ
ମୋ ଚାକରବାକରଙ୍କ ଦ୍ୱାରା
ଜବରଦସ୍ତି ଅନ୍ୟ ଦେଶର ଭାଷା,
ମୋ ମାତୃଭାଷାର ଯଦିଓ ବହୁତ ଶକ୍ତି।
This poem has not been translated into any other language yet.
I would like to translate this poem