ମୁଁ ଅଛି କେନ୍ଦ୍ରରେ ସବୁର I Am At The Center Of All Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଁ ଅଛି କେନ୍ଦ୍ରରେ ସବୁର I Am At The Center Of All

ମତେ କିଆଁ କହୁଛ
ଟିଟିଲାଗଡର?
ଆରେ, ସଚରାଚର
ବିଶ୍ୱ ମୋର।

ଯୋଉଠି ହେଉଛି ଛିଡା
ଏଇ ଏକା ସୂର୍ଯ୍ୟ
ଦେଖୁଛି ପରା ମତେ
ସେଇ ଗୋଟିଏ ଆଖିରେ।
ସେଇ ପବନ ଆସୁଛି
ମୋ ଭିତରକୁ।
ମତେ ପରା ସାଇତି ସଜାଡି
ରଖୁଛି ଏଇ ସଜ ଆକାଶ
ସାରା ରାତି ସାରା ଦିନ।
ମୁଁ ପରା ମୋ ଧର୍ମ ହିଁ
ପାଳନ କରି ଆସୁଛି ସର୍ବତ୍ର।

ମୋର ରହିଛି ସାମର୍ଥ୍ଯ,
ହୋଇ ନାହିଁ ମୁଁ
ସତ୍ୟରୁ ବିଚ୍ୟୁତ,
ଆଉ ସତ୍ଯ ଯେ
ମୁଁ ମୋରି ସୃଷ୍ଟ।

କହୁଛ ଯାହା
କରୁଛ ଯାହା
ମୁଁ ଅଛି କେନ୍ଦ୍ରରେ ସବୁର।
ମୋର ମୁଁ କରୁଛି ସଂଗ୍ରାମ
ରଖି ପାଖରେ ପ୍ରେମ।

ପଢ ମତେ
ବୁଝ ମତେ
ଅଛି କି କୋଉଠି
ମୋ ଛଡା ଆଉ କିଏ?

Saturday, July 21, 2018
Topic(s) of this poem: universe
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success