ପାରବୁ ମତେ ଧରି
ଗଜାନନ ମିଶ୍ର
ମୁଇଁ କବି ଆଏ
ଧରମି ଧରମି ବଲୁଛୁ ମତେ
ଗଲତ ବଲୁଛୁ
ଗଲତ ଭାବୁଛୁ
ମୋର ବିଷେଥି।
ସରଜନାରୁ
ଜାନିଛେଁ ତତେ
ଚିହ୍ନିଛେଁ ବୁଝିଛେଁ
ତୋର ଚାଲଲା ବାଟକେ
ଦେଖିଛେଁ ମାପିଛେଁ।
ପଛବାଟୁ ଆସିକରି
ମତେ ଚମକାମି ବଲୁଛୁ
ଗଲତ ଆଏ ତୁଇ
ଆରୁ ତୋର କଥାଭାଷା
କାମକାଜ ପୁଜାପାଠ।
ତୋର ତୁଇ ତୋର ନେ
ଥା ମା ଥା ବୁଆ
ଏନ୍ତା ସେନ୍ତା ନେଇକର୍
ମତେ ଅଚାବୁହା।
ମତେ ମୋର ଉଡାନ୍
ପୁରା କରବାର ଅଛେ,
ଜଦର ଭି ତୁଇ
ତୋର ନୁ ମୁକୁଲିକରି
ଆସି ପାରବୁ ଖବର ଦେବୁ
ଆଏ ଉପାଏ ହିସାବକିତାବ
ବତାମି ତତେ
ତୋର ଚେରକାଟୁମାନେ
କେତେଦୁର ନେଲେନ ଆରୁ ତୁଇ
ହେମାନକର ପାଲେ
ଅଉଛୁ ଜଉଛୁ ଆରୁ
ରହୁଛୁ କେନ କେନ୍ତା!
ସବୁ ଜନା ମତେ
ସବୁ ଜନା ମତେ।
ଘବରା ନେଇଁ
ଫେରଭି ବିପଦେ ଆପଦେ
ଡାକଦେଲେ ଓ କରମି
ଧାଇଁ ଜିମି ବଂଚାବାରକାଜେ
ତତେ। ଥା ଥା ଜେନ ଅଛୁ
ଦେଖି ଚାହିଁ ଥା, ଥା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/02/2020
This poem has not been translated into any other language yet.
I would like to translate this poem