ମୁଁ ମୋ ଭିତରେ I Am In Me Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଁ ମୋ ଭିତରେ I Am In Me

Rating: 5.0

1.

ମୁଁ
ମୋ ଭିତରେ
ରହିଯିବା କଥା।
ବାହାରି ପଡିଲେ ପଦାକୁ
ଧରି ମାରିବେ
ପାଣି ଆଉ ନିଆଁ।

ପାଣି ଆଉ ନିଆଁ,
ଦି ଜଣଙ୍କ ଖେଳରେ
ମୁଁ ବନ୍ଧା।
ଭିତରେ ଭିତରେ
ମୁଁ ମୋର ମରୁଛି
ତୁମକୁ ବାଧୁଛି କିଆଁ!

ବାଧୁଛି ତ ବାଧୁଛି,
ଏଠି ନାହିଁ କଣା।

2.

ଭାବୁଛ, ଟଙ୍କା ଦେଇ ମତେ କିଣିବ?
ପଦପଦବୀ ଦେଇ ତୋଷିବ?
ଆଉ ନ ପାରିଲେ ଇଜ୍ଜତ ମହତ
ସଙ୍ଗରେ ଖେଳିବ?
ନ ହେଲେ ତୁଚ୍ଛା ଦୁର୍ନାମ ରଟିବ?
ନ ହେଲେ ଦଳବଳ ଧରି ଡରାଣ
ଧମକାଣ କରି ପିଟିବ, ମାରିବ,
ବିଷଦେଇ, ଶୂଳିଦେଇ, ବନ୍ଧୁକ ଫୁଟାଇ,
ବୋମା ପକାଇ, ନିଆଁଜାଳି,
ନ ହେଲେ ପଳାତକ କହି
ମଲାଗଲା ସମାନ କହିବ,
ନ ହେଲେ ମୁଣ୍ଡ ରହୁ ନି ଠିକ୍,
ପାଗଳ ହେଲାଣି କହି
ଦୂରରେ ରହିବାକୁ ସଭିଙ୍କୁ କହିବ,
ମିଛଖଚର ଆଶ୍ରୟ ନେଇ
କଳେବଳେ କୌଶଳେ
ମତେ ନାଶ କରିବାକୁ ଲାଗି ପଡିବ।
ଜାଣେ ସବୁ, ତୁମେ କର ଆଉ କରୁଛ।

3.

ନ ଗଲେ
କଣ ଭାସି ଯାଉଛି?
ଯାଉ କି
ନ ଯାଉ,
ଭାବ ନି
ସକାଳକୁ
ଆଉ ସଂଧ୍ୟାକୁ।
ଗଲେ ଯାଉ,
କଣ ରହୁଛି ଯେ
ରହିବ ବୋଲି
ଚିନ୍ତା ଆଉ!

ଅସିହା ଦିନର
ମସିହା କଥା
ଗଣ୍ଠିଧନ କରି
କିଆଁ ରଖିବା ଆଉ?
ସବୁ ବଦଳୁଛି,
ବଦଳୁ ଥାଉ,
ବଦଳୁ।
ନ ବଦଳିଲେ
ପାରିବ କି କହି
ବଂଚିଛ ଏଇଠୁ!

ଯାଉ, ବଦଳୁ।
ଯାହା ଯେମିତି
ଯୋଉଠି ଅଛି
ନ ରହୁ, ରହୁ।
ରହୁ କି ନ ରହୁ
ଆମର ଆମେ
ଯିବା କି ଥିବା
ଭାବିବା ନି ଆଉ।

4.

ବିଡାକାଠି,
କାଠିବିଡା ଗପ
ପୁରୁଣା।

ପ୍ରତି ମୁହୂର୍ତ ୟାକୁ
ପାଖରେ ରଖି ତଥାପି
ଶୁଣୁଥିବା କଥା
ଗୁଣୁଗୁଣୋଉଥିବା କଥା
ଭିତରେ ଭିତରେ ସମସ୍ତେ
ଯେମିତି ଅରକନୁଆଁ।

କଣ ନାହିଁ ଏ କାଠିବିଡାରେ?
ଆଉ ଅଛି ଯାହା ଆମେ
ଏ ଯାଏ ପାରିନେ ବୁଝି!
କି ପାଠୁଆ କି!

ଘର ବାହାର
ସବୁକୁ କରି ଗୋଳିଆଘଣ୍ଟା

ଆମେ ରହିଛୁଁ ପଡି,
ଯିବା କୋଉଠିକି
ଦୂର କଥା, ପାରୁ ନୁ
ଭାବି ବି
ଝରକା ଦୁଆର କବାଟ
ଖୋଲିବାକଥା।

କଣ କରୁଛୁଁ
ଏ ଘର ଭିତରେ
ଆମକୁ ବି ଅଜଣା।
ପାରୁ ନୁ ଜାଣି,
କିଏ କୋଉଠି
କେତେବେଳେ କେମିତି
ହେଉଛୁଁ ବଣା।

5.

ଘଟୁଛି ଯାହାସବୁ
ଅନୁମାନ କରିନେବା କଥା
ନିଜର ସ୍ଥିତି ଆଉ ଗତି।
ଘଟୁଛି ଯାହାସବୁ
ସେଥିରେ କିଏ ରହିବ
କାହାଠି ଆଉ କାହାକୁ
ଦେବାକୁ ଚାହେଁ ଦୂରେଇ
ଅନୁମାନ କରି ନେବା କଥା।
ଅବଶ୍ୟ ଅନୁମାନ ଯେ
ସଦା ସତ୍ୟ କହୁ ନି।
କହୁ ନି ଘଟଣା ସବୁ
ପ୍ରଯୋଜିତ କି ନୁହଁ।
କହୁ ନି ସାମିଲ ହୋଇ
ସବୁଥିରେ ତୁମେ ତୁମର
ସବୁକିଛି ହରାଅ, ସାମିଲ
ନ ହେଲେ ଯେ ଯାହା ଅଛି
ରହିବ ତୁମଠି, ନୁହଁ।
କରିବାକୁ ହେବ କଣ?
କିଛି ନ କଲେ ବି
କିଛି ନ କହିଲେ ବି
ଦୋଷ ନ ଲାଗିବ
ଏମିତି ବି ନୁହଁ।
ଦୋଷର ଫଳାଫଳ
ମିଳିବାଟା ନିଶ୍ଚୟ ମିଳିବ,
ପ୍ରସ୍ତୁତ ଥାଅ କି ନ ଥାଅ।
ପ୍ରତ୍ୟେକ ଘଟଣାର
ତୁମେ ଯେ ଅବିଚ୍ଛିନ୍ନ ଅଂଶ।

6.

ଶବ୍ଦ,
ଶୁଦ୍ଧ ହେଉ କି
ବିଶୁଦ୍ଧ,
ସବୁ ମୋ ପାଇଁ,
ସବୁ ମୋର।
ନିର୍ଭର କରେ
ସମୟକୁ ସମୟ
କେମିତି କଣ
କରୁଛି ବ୍ୟବହାର।

ଶବ୍ଦକୁ ଶବ୍ଦ ଯୋଡି
ଲେଖେଁ କବିତା,
କିନ୍ତୁ ଶବ୍ଦଠୁ
ବହୁଦୂର ଚାଲିଯାଏ
କବିତା।
କବିତା ପାଇଁ
ମିଳେ ଅନେକ
ପ୍ରଶଂସା
ଅନେକ ତାଡନା,

ମୁଁ ମୋର ହୋଇ
ଆଉ ରହେ ନା।

ମିନିଟ, ଘଣ୍ଟା,
ଦିନ, ମାସ, ବର୍ଷ
ଯାଏଁ ଗଣି ଗଣି
ହିସାବ ପାଏ ନା
ଗଲା କେତେ
କେଉଁଆଡେ ଆଉ
ରହିଲା କେତେ କୋଉଠି।
କାମର ନୁହଁ
କୋଣସି ଭାବନା।

ଭାବନାକୁ ଆସେ
କେତେବେଳେ କୋଉ ଶବ୍ଦ,
ଆଉ ମିଶି ପବନ ସହିତ
କରେ ମତେ ହଲାପଟା,
ଚାହେଁନା ରଖିବାକୁ
ଧାରଉଧାର ଶବ୍ଦ,
କହେ ଅକ୍ଷର,
ସେତେବେଳେ ଥାଏ
ଯୋଉ ଅନ୍ଧାର
ସେଇଟା ଇ ଆଲୁଅର
କହେ ପାଦତଳୁ
ଖସିଲାବେଳେ ମାଟି
ଆଉ ଆକାଶ।

7.

ଆଉ ଯାହା ଯାହା
ହେଉଛି, ହେଇଛି
ହେବାକୁ ଅଛି
କହିବସିଲେ
କେହି ନ ଥିବେ ପାଖରେ।

କହିବେ, ମୂର୍ଖ ପାଗଳ
ଖାଲି ମୁଁ ମୁଁ ହେଉଛି।

ଥାଉ, ଏତିକିରେ
ଏଇଠି।
ଆଉ କେତେବେଳେ
ସୁବିଧାସୁଯୋଗ ଦେଖି
ବସିବା ରସିବା ଏକାଠି।

Saturday, July 28, 2018
Topic(s) of this poem: life,world
POET'S NOTES ABOUT THE POEM
written in odia language, odia is the official language of Odisha India. This poem is about the self and the world and the present time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success