ଏତକି ବରନ ଏତକି ଆକାର ପରକାର, ଘୁମ୍ ଖେଇ ଗଲି ନ ମୁଇଁ।
ଜାନମି କେନ୍ତାକରି ଯେ? ମତେ କାଣା ଦିଶୁଛେ? ମୁଇଁ କାଣା ଶୁନୁଛେଁ?
ରହ ରହ ଟିକେ, ରହେସିଁ ଟିକେ ଥେବେ!
ମୁଇଁ ଅଛେଁ ତ ମୋର ଠାନେ?
କେନଟା ମୋର ଠାନ୍? ଇ ଜୁଏ, ଇ ଧୁକା ଗରେଲ,
ଇ ବରଫ, ଇ ରାଏତ୍ ଆରୁ ଦିନ୍ ସଭେ ମୋରଲକେ ଘିଚାଟନା କରୁଛନ ମକେ।
ରହ ରହ ଟିକେ। ଥେବେ ରହେସିଁ ଟିକେ।
ଦେଖସିଁ ଆରୁଟିକେ ହେ ପରକୁତି, ହେ ସାପର ଜୁଲି,
ଜାନସିଁ ଟିକେ ସରଗ କେନଟା, ନରକ କେନଟା,
କେନ ହଉଛେ କେଁ କେଁଟା।
ଆକାଭୁତ ନେଇଁ ହଉଛେଁ ହେନ୍ତା ନେଇଁସେ।
ଫେରଭି ଅଛେଁ ତ୍ରାହି ତ୍ରାହି ରଡି ରଡି, ସ୍ୱସ୍ତି ସ୍ୱସ୍ତି ଶୁନି ଶୁନି।
ମୋର ହାତଗୋଡ ଦେହେ ମୁହୁଁ ସଭକେ
କହୁଛେଁ ରହରେ ଅଛ ଜେନେ ହେନେ।
କେନମାନେ ଆରୁ ଅଛନ ମୋର ପାସେ,
ଆରୁ ହେମାନକରଠାନେ କାଣା ମୋର ଲେନଦେନ ଦେଖୁଛେଁ ସବୁ,
ପରଖୁଛେଁ କେନ କେତେଦୂରେ ଆରୁ କରୁଛନ କାଣା କେନେ।
ଥେବ, ଜାନଲେ କହେମି।
ଜାଣିଛେଁ ଜାନଲେ ନାଇଁ ଫୁଟେ ନ ଟୁଁଡ।
ନେଇଁ ପାରେ ନ ଆଏଖ ଦେଖି ଆରୁ କିଛୁ।
ନେଇଁ ଥାଆଁ ନ ଆରୁ ମିତ୍ର କି ଶତରୁ।
ଥେବ, ପେଟପୁରୁ, ଆଁଏଖ ଭରୁ,
ମୋର ଲକେ ମୋର ଦେହେ ଏନ୍ତା ଥଉ।
ମୁଇଁ ମୋର ଖାଏସିଁ, ଶୁଇସିଁ, ଚଲାହୁଲା
କରସିଁ ଇଖୁତୁ ସେଖୁତ୍।
ମୁଇଁ ମୋର କହେସିଁ ଇଟା ମୋର ପୁଓ।ଇଟା
ମୋର ବୁଆ, ଇଟା ମୋର ଗୁରୁ, ଗିଆନ ଦେନାବାଲା।
ମତେ ମୋର ଖୁସିଥି ରହେବାରକେ ଦିଅ।
ନେଇଁ ଜାନବାର ଆରୁ କେଭେ ମିଲବା କି ନେଇଁ
ଇନକେ ଆସବାର ମୌକା।
ନେଇଁ ଜାନିପାରବାର ଇ ଜେନ ଭଏ ଅଛେ ଇଟା
କରବା କାଣା।
ଫେରଭି ରହେବାରକେ ଦିଅ ମକେ,
ଦେଖବାରକେ ଦିଅ ମୋରଠାନେ ମକେ ଘଡେ ଛନେକ୍।
This poem has not been translated into any other language yet.
I would like to translate this poem