ଲେଖୁଛି ମୁଁ I Am Writing Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲେଖୁଛି ମୁଁ I Am Writing

Rating: 5.0

ନିଆଁ ହୁଳା
ଗଜାନନ ମିଶ୍ର

କାହିଁକି ଲେଖୁଛି ମୁଁ
ଏତେ ସେତେ ଶତ୍ରୁଙ୍କ ପରି
ବନ୍ଧୁଙ୍କ ପରି ହଟହଟା ହୋଇ
ବଜାରର ଘୋ ଘା ଭିତରେ
ମତେ ଜଣା ନାଇଁ।
କିନ୍ତୁ ଲେଖିଲାବେଳେ ଶବ୍ଦଙ୍କୁ
ବୋଲ ମନେଇଛି ଏମିତି ବି ନୁହେଁ।
କାହିଁକି ଲେଖୁଛି ମୁଁ
ଅଯଥା ଶତ୍ରୁ ତିଆରି କରିବାକୁ କି!
ମୋ କଥା ଲେଖୁଛୁ କିଆଁ କହି
ଶୁଧାବକା କରିଚାଲିଛନ୍ତି ଥୋକେ,
ଆଉ ଥୋକେ ଡରାଣଦେଇ ଚାଲିଛନ୍ତି
ଏ ସହରରୁ ନିକାଲି ଦେବେ କୁଆଡେ!
କାହିଁକି ଲେଖୁଛି ମୁଁ
ଜାଣିଯାଆନ୍ତି ଯଦି ଆଉ କି ଲେଖନ୍ତି?
ଏତକ ଜାଣିବାକୁ ସିନା ସମୟ ସାରି ଆସୁଛି
କାହିଁ କୋଉ ଯୁଗରୁ ଆଉ ଏମାନେ ସବୁ
କେତେ କେତେ ରୂପରେ ମୋ ଚାରିଆଡେ
ଘୂରିବୁଲୁଛନ୍ତି ପୋଡିହେବାକୁ ନିଆଁ ହୁଳା ଉପରେ
ପୋକ ପତଙ୍ଗ ପଡିଲା ପରି।
କାହିଁକି ଲେଖୁଛି ମୁଁ
ପ୍ରଶ୍ନ ଯେମିତି ଅବାନ୍ତର, ଉତ୍ତର ବି ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/8/2019

Saturday, August 24, 2019
Topic(s) of this poem: life,poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success