ମୁଁ ଆଉ ଆମେ I And We Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଁ ଆଉ ଆମେ I And We

Rating: 5.0

ମୁଁ ରୁ ଆମେ
କି ଆମେ ରୁ ମୁଁ।
ମୁଁ ଆଉ ଆମେ,
ଫରକ କଣ
ଆଉ କେମିତି କେତେ
କିଏ ଜାଣିଛି ସଠିକ୍
ଆସିକି କହୁ।

ମୁଁ ହେଉ କି ଆମେ
ସେଇ ଖଣ୍ଡିଆଭୂତ ଭଉଁରୀରେ
ନ ଫଶି ସିଧା ରାସ୍ତାରେ
ମୁଣ୍ଡଟେକି ଯିବା କଥା କି ନାଇଁ!

ମୁହଁ ଲୁଚାଇ
ଘରକୁ ଘାଣ୍ଟି ଚକଟି
ଯିବାକି,
ଏଣେ କହିବା
ତେଣେ କହିବା
ଫାଇଦା ନେବା,
ଯିଏ ମୁଁ କହିବ
ସିଏ ବାହାପିଆ
ମୁଁକାର ବାଲା
ଯିଏ ନ କହିଲା
ସିଏ ମାଇଚିଆ!

ମୁଁ ଆଉ ଆମେ
ସବୁ ବେକାର।

ଯୋଉଠି ଯାହା ଯେମିତି
ନିଷ୍ଠା ରଖି, ସତ୍ୟଧର୍ମରେ ରହି
ନିର୍ଲିପ୍ତ କାମ କରାଯିବାରେ
ପୁରୁଷାର୍ଥ।
ମୁଁ ଆମେ ଉଭୟେ ଦରକାର।
ଆଉ ଏଥିରେ
ଦେଶଜାତିର ମଙ୍ଗଳ।

Monday, August 20, 2018
Topic(s) of this poem: state
POET'S NOTES ABOUT THE POEM
written in odia language, odia is the state official language of Odisha India, It is about the role of I and we in the service sector
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success