ଚନ୍ଦନ
ଗଜାନନ ମିଶ୍ର
ମତେ କାଟେ କୁଠାର
କୁଠାର ପାଇଁ ଇ ଦେଖ
ପାଏଁ ମୁଁ ଆଦର, ପରଖ।
କୁଠାର ତେଣୁ ମୋର
ପ୍ରିୟ ସୁହୃଦ ବନ୍ଧୁଜନ
କୁଠାରକୁ ନ ମଣ ଭିନ୍ନ।
ଦେବଶିରରେ ମୁଁ ଦେଖ,
କର ଦୟା କୁଠାରକୁ
ପୋଡା ହେଉଛି
ପିଟା ହେଉଛି
ମୋ ପାଇଁ କେବଳ।
ଭିଜା ହେଉଛି ମୁଁ ବି
ହେଉଛି ବି ଘଷା,
କୁଠାରଠି ହେବାକଥା
ନତମସ୍ତକ ସଦା।
କ୍ଷମାକର, କୁଠାରକୁ
ସମ୍ମାନ ନ ଦେବା
ମାନୁଛି ମୋର ଧୃଷ୍ଟତା!
ତପୋବନ,ଟିଟିଲାଗଡ, ବଲାଙ୍ଗୀର
11/06/2020
This poem has not been translated into any other language yet.
I would like to translate this poem
Language - odia, script - brahmi, it is about sandalwood.