ଭଲ ଜଣା ମତେ I Know Very Well
ସାଧବ ବୋହୂ
ଗଜାନନ ମିଶ୍ର
କୋଉଠି ଥାଉ?
ଏପଟେ ଆ କହିଲେ
କିଆଁ ସେପଟେ ଯାଉ!
ଆଉ ଯାଉ ଯାଉ
କଣ ପାଇଁ ଏତେ
ରଙ୍ଗ ଦେଖାଉ!
ସାଇପଡିଶା
ସଂପର୍କୀୟ ଭକୁଆ ସବୁ!
ଯା ରେ ଯା
ଅଳପେଇସା
ଭଲ ଜଣା ମତେ
ସବୁ କଟାଛଟା!
ନାଇଁ ତ ବୃଥା
ପିଟୁ ଥା ଡିଙ୍ଗୁରା।
ତୁଚ୍ଛାକୁ ବାଇଆ
ରହି ଥା
କହିବି କଥା
ବସୁ ସଭା।
ଆରେ ହେ
ଆଜିର ମାଳୀ
କାଲିର ତେଲି
ତୋ ଦେଖାଦେଖି
ଜାଗା ଇ ଖାଲି।
କହନାରେ କହ ନା
ଯେତେ କହିବୁ
ସେତେ ଲମ୍ୱିବ
ଦେଖିଲାବେଳକୁ
କିଛି ଇ ନ ଥିବ।
ତୋ ଚାଲାକି
ତୋଠି ଥାଉ!
ଯାହାର ଯୁଆଡେ
ଯିବାର ହେଉ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
19/03/2021
Friday, March 19, 2021
Topic(s) of this poem: life