ଛାକେ
ଗଜାନନ ମିଶ୍ର
1
ମାର୍ ଛାକେ, ନେ।
କାଏଁ କରୋନାଫରୋନା ବୋ!
ହେଟା ସଫାସବୁ ଟଁକାଖେବାର
ଚାଲ୍ ହୋ!
କମେଇକୁଠେଇ
ନେଇଁ ଦେବାର ପୁହେ!
କରିଦେଇଛନ୍ ଠୋ
ଫୁନି ଆମର ଗତାଗତକେ।
ଆମରମୁଡେ ମାରୁଛନ୍ ଲାତ୍
ଆମରଟା ଖେଇକରି
ଆମର ଟଙ୍କାଥି ଏସିଗାଡି
ବଘି ହଉଛନ୍ ଫିରଫିରି।
2
ଢୁଲି ପଡୁଛ କେଁ ଦଦା!
ନେଇଁ ସେ ବୋ
ହେଟା ସମଝୁଥିଲିଁ
ତୋରଟା।
କେଟାଁ ଆରୁ ଅଛେ ମୋରନେ?
ମୁଇଁ ଭି ନେଇଁ ସେ
କାହାରିର!
ସଁକଲୁଥିଲିଁ ହେବା ବଲି,
ନେଇଁ ପାରଲିଁ।
ଉଧା ଭି
ନେଇଁ ରହେଲା କିଛୁ,
ଦେଖତେ ଦେଖତେ ଛୁ!
This poem has not been translated into any other language yet.
I would like to translate this poem