ଢୋଲକେ ପିଟଲେ ଆବାଜ ନେଇଁ ହେବାକେଁ!
ବଂଶୀକେ ଫୁକଲେ ଶବଦ ନେଇଁ ବାହାରବା କେଁ!
କବିକେ ବିନା କାରନରେ କଷ୍ଟଦେଲେ କବିତା ନେଇଁ ବାହାରବା କେଁ!
ଦୋଷ୍ ଦେବାର ବଦଲେ ସୁଧରି ଯ ନିଜେ,
ଘୁଚି ରହ ରଗରଗା ଜୁଏର ଠାନୁ।
ଗରେଲଧୁକା ହାବଡେ ପଡିପୁଡା ଗଲ ବଏଲେ
ଚେରଚୁରାନୁ ଉଫଡେଇ ଫିକି ଦେବା
କାହିଁରଟା କାହିଁ।
ଆରୁ ହେତକିବେଲକେ ଭଜବା କେ ଭି
ନେଇଁ ପ ସମିଆଁ ରାମ ରାମ ହରି ହରି,
ନେଇଁ ଡକା ପକେଇପାର ଆଲ୍ଲା ହୋ,
ଇଆଡକେ ସେଆଡକେ ହାତ ବି
ନେଇଁ ପାର କରି ଆରୁ।
This poem has not been translated into any other language yet.
I would like to translate this poem