ପାଉଛ ଭଲ ପ୍ରକୃତରେ ଯଦି If You Love Really Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାଉଛ ଭଲ ପ୍ରକୃତରେ ଯଦି If You Love Really

Rating: 5.0

1.

ପାଉଛ ଭଲ ପ୍ରକୃତରେ ଯଦି
ତୁନି ରହ କିଛି କ୍ଷଣ ଏଠି।
ତୁନି ରହ ତୁନି ରହ
ଆଉ ଦେଖ ଜୀବନ କେତେ ଗହଗହ।

ତୁମ ହାତ ତୁମ ଗୋଡ ଆଉ ତୁମ ଦେହ
ସଜାଇ ରଖ ସଜାଇ ରଖ।
ସଜାଇ ରଖ ରଙ୍ଗରେ ରସରେ
ଆଉ ଶୁଣ ଭିତରର ଶବ୍ଦ।

ପାଉଛ ଭଲ ଯଦି ଆକାଶକୁ କହ
ଧରି ରଖୁ ତୁମକୁ ଉଷୁମ କୋଳରେ ।
ଆଉ କହିଦେଉ ହଜା ସଜାରେ
ତୁମେ କେତେ ଶକ୍ତ ଆନନ୍ଦରେ ଏଠାରେ ।

2.

ମୁଁ ଅଛି ଆଜି,
ଆଉ ଅଛ ତୁମେ ବି।
ଜୀବନର ଆଉ ଏକ
ନୂଆ ଅଧ୍ୟାୟ ପୁଣି
ହେଉଛି ଯୋଡି।
ତୁମ ଦେଉଛ
ସବୁକିଛି ମତେ,
ମୁଁ ବି ଦେଉଛି ସେମିତି
ସାକ୍ଷୀ ରହୁଛି ମାଟି।
ଆମରି ଶବ୍ଦ ଆମରି ଭାଷା,
ଯାଉଛି ହୋଇ ଅମର କବିତା।
ନାହିଁ ପାଖରେ ଚିତା,
ଆଶ୍ଚର୍ଯ୍ଯରେ ରହିଛନ୍ତି ଚାହିଁ
ଆମ ଚାରିଆଡ ଜନତା।
ରଙ୍ଗୀନ ଦିନ ଆଉ ରଙ୍ଗୀନ ରାତି,
ଅପେକ୍ଷାରେ ଅଛି ଆମ ପାଇଁ
ଆଉ ଏକ ରଙ୍ଗୀନ ପାହାନ୍ତି।
କହିବାକୁ ଅଛି ଯାହା ଯେତେ
ଦିଅ କହି ଖୋଲା ହୃଦୟରେ,
ଆଉ ନିଅ ବାହି ଆକାଶର
ସୀମା ଡେଇଁ ଅସରନ୍ତି ମାଟିର ଉପରେ।

3.

ହେଲା ଯେ
ହାର କି ଜିତ
ଚାପି ଦିଅ।
ହେଲା ଯେ
ରାତି କି ଦିନ
ଭଜୁ ଥାଅ।
ହେଲା ଯେ
ମୁହୂର୍ତରୁ ମୁହୂର୍ତ
ଭଲ ପାଉଥାଅ।
ତୁମ ହାତକୁ ମୋର ହାତ
ଯୋଡୁଥାଅ, ଯୋଡୁଥାଅ।
ହେଲା ଯେ
କଥା କହ
ଆକାଶକୁ ମାଟିରେ ପୋତ।
ହେଲା ଯେ
ମାଟିରେ ଥାଅ।
ହେଲା ଯେ
ଫୁଲର ତାତି ମାପ।
ହେଲା ଯେ
ତାରାକୁ ସମ୍ଭାଳି ଧର।
ହେଲା ଯେ
କ୍ଷୟର ଗତି ଟିପ।
ହେଲା ଯେ
ବୃଦ୍ଧିକୁ ବାଟ ଛାଡ।

Wednesday, May 9, 2018
Topic(s) of this poem: life
POET'S NOTES ABOUT THE POEM
Three poems in Odia language, Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success