ରାଜ୍ୟସାରାin Entire State Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରାଜ୍ୟସାରାin Entire State

Rating: 5.0

1

କଣ ଦେଇ ପାରିବି ମୁଁ କାହାକୁ!
ରାଜ୍ୟସାରା ତ ଶୁଭୁଛି ଶଙ୍ଖନାଦ,
ଇଏ ଶଙ୍ଖନାଦ ନୁହେଁ କୌଣସି ବିଜୟର,
ଏ ଶଙ୍ଖନାଦ ସବୁ କିଛି ହରେଇବାର
ହରେଇଦେବାର ଅସଲ ଜୀବନଯୁଦ୍ଧ ପୂର୍ବରୁ ।

ହାତମୁଠା ଆଉ ଟାଣ ନାଇଁ କାହାରି,
ଯାଉଛି ଖୋଲି ମୁଖାସବୁ।
ସ୍ୱପ୍ନସବୁ ଯାଇ ଶୋଇଲେଣି ନିଘୋଡ ନିଦରେ
ମଦଭାଟିରେ, ଆଉ ମଦଟିକସରେ
ଚାଲିଛି ସରକାର ଆରାମରେ।

2

ମୋ ପାଇଁ ବୋଝ
ମୋ ରାଜ୍ୟ!
ସାରା ରାଜ୍ୟର ଲୋକ
ଏବେ ଅବୁଝା।
ବିକାରଗ୍ରସ୍ତ ସଭିଏଁ।

ସଭିଏଁ ମାନେ
ସଭିଏଁ, ମତେ
ନ ମିଶେଇ ନୁହେଁ।

ନା, କୌଣସି ପ୍ରଶ୍ନ
ମୁଁ ପଚାରିବାକୁ ଚାହେଁ ନା
କାହାକୁ କୌଣସି ସମୟରେ।
ନା, ମୁଁ କିଛି ବି
ଶୁଣିବାକୁ ଚାହେଁ ନା,
କି ଚାହେଁ ନା ଦେଖିବାକୁ!

ମୁଁ ମୋର ରହିଯିବାକୁ ଚାହେଁ
ମୋଠି ଇ ବିନା କାହାରି
ସହାୟତାରେ।

କ୍ରିୟା ପ୍ରତିକ୍ରିୟା ଏଠି
ଆଶା କରିବା ବୃଥା ଭାଇ।
ମାଗିଯାଚି, ହେଉପଛେ
ଇଜ୍ଜତ ବିକ୍ରି, ବଂଚି ଯିବା ହିଁ
ଉଦ୍ଦେଶ୍ଯ ସମସ୍ତଙ୍କର ।

ଅଜଣା ରୋଗରେ
ଆକ୍ରାନ୍ତ ସଭିଏଁ।
ଆଉ ସେ ରୋଗର କାରଣ
ମଦ ଚରସ ଗଂଜେଇ।
ନିଜର ମୁହଁ ବି ଦେଖିବାକୁ
ସମୟ କାହିଁ କାହାଠି?

କେଣେ ଗଲା ଇତିହାସ, ଛାଡ।
ଜ୍ଞାନ ଗୌରବ ଗଲାଣି ଚୁଲିକି।
ପୂଜ ରକ୍ତ ଗୁହ ମୂତ ଘା ସବୁ
ଗନ୍ଧେଇଲାଣି, ଛାଡ।
କୋଉ କଥା ଶୁଣିବାକୁ କି
କହିବାକୁ ନାଇଁ ହୃଦୟ।

ମୋ ରାଜ୍ୟ ମତେ ଇ ବୋଝ।
ହେଲା କେମିତି କାହା ଦୋଷ, ଛାଡ।
ସମୟ ବି ଦେଉ ନି ଅନୁମତି
କରିବାକୁ କାକୁତିମିନତି, ପ୍ରାର୍ଥନା
କି ପ୍ରାୟଶ୍ଚିତ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success