ମୋରି ହୃଦୟରେ In My Heart Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋରି ହୃଦୟରେ In My Heart

Rating: 5.0

ମୋର ଆଖି କହିବ ମୋର ହୃଦୟର କଥା।
ଆଖି କଣ ମୋର?
ଜାଣେ, ମୋ ହୃଦୟରେ ତୁମେ।

ତୁମେ କିଏ?
ତୁମେ କଣ ମୋଠୁ ଆଉ
ମୁଁ କଣ ତୁମଠୁ ଭିନ୍ନ?

କେତେ ଜାଗା ନ ବୁଲିଛି,
କେତେ କାହାକୁ ନ ଭେଟିଛି!

କେତେବେଳେ କେମିତି କହିଛି ବି
ପାଇଛି ପାଇଛି!

କଣ ପାଇଛି?
କଣ ଅଛି ଯେ ମିଳିଥାନ୍ତା?

ଅବଶ୍ୟ ଏ ଭାବନା ବି ନୁହଁ ମୋର,
ଅବଶ୍ୟ ମୁଁ ଖୁସିରେ ରହିବାକୁ ଅଛି
ଖୁସିର ଚିରାଚରିତ ଅର୍ଥ ଭୁଲି।

ଆଉ ସତ ଏଇଟା ମୁଁ ଯାଉଛି ଚାଲି
ଏଇଠି ରହି ରହି।

ଚିତ୍ତ ମୋର ବ୍ୟାକୁଳ ଅବଶ୍ୟ ହେଉଛି।
ତୁମେ ମୋଠି ଥାଇ ବି
ଏ ଆଖି ମୋର ପାରୁ ନି ଦେଖି
ଆଉ ତୁମେ କହିବା ଶୁଣୁଛି
କେତେ କେତେ ଭାଷାରେ।

ଅର୍ଥ ଅନର୍ଥ,
ଅନର୍ଥ ବିଅର୍ଥ ସବୁ ସବୁ ଭିତରେ
ଖୋଜି ଚାଲିଛି ମୁଁ ମତେ,
ତୁମେ ମୁରକି ହସା ଦେଉଥିଲାବେଳେ
ମୋରି ହୃଦୟରେ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success