ଅବଶ୍ୟ କହିବି
ଗଜାନନ ମିଶ୍ର
ଅବଶ୍ୟ କହିବି
ବନ୍ଦ କର ପାଟି।
ଆଜେବାଜେ ଜୀବାଣୁଙ୍କର
ଆସିବା ଯିବା କରିଦିଅ ବନ୍ଦ।
ଦେଖିବାର ଅଛି ତ
ସୁବିଧାନୁସାରେ କରିପାର,
ଯାହା ଯେତେବେଳେ ଦରକାର।
ଆଉ କହିପାର ତଥାକଥିତ ଲୋକଙ୍କୁ
ବିଧିମତେ ପରିପକ୍ୱ ସୃଷ୍ଟିସ୍ୱାକ୍ଷର ବିଷୟ।
ରସୋର୍ତ୍ତୀର୍ଣ ଚିତ୍ରରେ
ଫୁଟେଇପାର ମହୁଲଫୁଲ,
ଯୋଉଠୁ ଝରି ମହୁ ତୁମକୁ
କରିଦେବ ବିଭୋର ବାସ୍ତବରେ
ତୁମର ହୋଇ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/9/2019
This poem has not been translated into any other language yet.
I would like to translate this poem
Great write, life in illusions