ଡଙ୍ଗରତଳ ତପୋବନରେ In Tapoban Near The Hillside Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଡଙ୍ଗରତଳ ତପୋବନରେ In Tapoban Near The Hillside

Rating: 5.0

ଏଇଠୁ ଆସ୍ତେ ଆସ୍ତେ ଆସ୍ତେ
ଗଜାନନ ମିଶ୍ର

ପଡୋଶୀଙ୍କୁ ନେଇ
ମୁଁ ଯେ ଯିବିବହୁତବାଟ
ନାଇଁ ସେ ଆଶା।
ଆଉ ସେ ଧଳା ଧଳା
ପିଂପୁଡି ସବୁ ଏତେବେଳେ
ଭିତରେ ଭିତରେ ବ୍ୟସ୍ତ
କରିବାରେ ମତେ ଫାଙ୍କା।

ଡଙ୍ଗରତଳ ତପୋବନରେ
ଯାଇଛି ରହି ମୋର ମନ
ଆଉ ମୋର ଆତ୍ମା ।
ସେ ଟିହାଟା ଛାଡୁ ନି
ଜମାରୁ ସେ ଜାଗା।
ଝୁମୁରିଥିବା ଗଛ ଟେକିଲାଣି ମୁଣ୍ଡ
ଦି ଦିନ ଆଗରୁ ହୋଇଥିଲା ରୋପା।

ଏତିକିରେ ସରୁ ନି ଇତିହାସ,
ଲମ୍ୱିଛି,ଲମ୍ୱିଥିବ ବି ଆହୁରି
ଉଚ୍ଚାରିବାକୁ ଶବ୍ଦ ନାଇଁ ସାହସ।
ତଥାପି ଅଛି କବିତା,
ଅପେକ୍ଷାରେ ତୁମର ମୋର।
ଯାଉଛି ଅପସରି ଅନ୍ଧାର
ଏଇଠୁ ଆସ୍ତେ ଆସ୍ତେ ଆସ୍ତେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
27/7/2019

Saturday, July 27, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success