ସେଇ ଗୋରୁ ବଜାରରେ
ଗଜାନନ ମିଶ୍ର
ନାଇଁ ନାଇଁ
ମିଶ୍ର ହୁଅ କି ଦାସ
ରାଜୁ ତ ତମେ
ମନା କର ନାଇଁ।
ମାମା ହୁଅ କି
ହୁଅ ଭଣଜା
ଭାରି ଖତରା!
କହିବେ କିଏ କଣ
ଦେବା ନି କାନ
ଯିବା ଦେଖି ସୁଯୋଗ
ଆଉ କହିବା ସତ କଣ!
ଗବଗାଣ୍ଡୁ ନୁହଁ ତ
ନ ହେଲେ ଏତେବେଳେ
ଡଙ୍ଗରତଳେ କିଆଁ ଶୋଇଛ!
2
ରାଜୁ ତ!
ହେବାଟା ହେଉ
ନ ହେବାଟା ବି ହେଉ।
କହିବା କଥା ଯାହାଯେତେ
ତେଣିକି ଗାଧୋଇ ଯାଉ।
ଆରେ ବାଃ!
ଏତେ କଥାକୁ
ଏତେ ଚିନ୍ତା!
ଯିଏ ଯାହା କରୁ
ପରେ ହେବ ସ୍ଥିର
କଣ ଲଘୁ କଣ ଗୁରୁ।
ଆରେ ରାଜୁ, ସକାଳଟାରୁ
ସେଇ ଗୋରୁବଜାରରେ
କଣ କରୁଛୁ?
ତପୋବନ, ଟିଟିଲାଗଡ, ବଲାଙ୍ଗିର
08/02/2020
This poem has not been translated into any other language yet.
I would like to translate this poem
Aim has no role to play in real sense