କାଲଙ୍କ ଆଗରେ
ମୁଁ ମୂର୍ଖ ଚାଲିଛି
ବଜାଇ ସପ୍ତସ୍ୱର।
ମର୍କଟଗଳାରେ
ଲମ୍ୱାଉଛି ମାଣିକ୍ୟର ହାର।
ଆଗ୍ରହରେ କହୁଛି ବାଇକୁ
ଧର୍ମଶାସ୍ତ୍ର।
ଧନଲୋଭରେ ବିକୁଛି କନ୍ୟାକୁ,
ବିଷ ଦେଉଛି ମାତାକୁ।
ଦେଖୁଛି, ଲଂଘୁଛି କୂଳ ସମୁଦ୍ର।
ଦେଖୁଛି, ମାଟି ଉପରେ ମେଘ
କରୁ ନି ବୃଷ୍ଟିପାତ।
ପାପପୂଣ୍ୟ କୀର୍ତି ଅପକିର୍ତୀକୁ
ନାହିଁ ଡର କାହାର।
ସଂସାରର ମାୟାରେ ମୁଁ ଭୋଳ।
This poem has not been translated into any other language yet.
I would like to translate this poem